ETV Bharat / state

କନ୍ଧମାଳରେ ପୁଣି ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ - ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ

କନ୍ଧମାଳରେ ପୁଣି ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ । ଆଦିବାସୀଙ୍କ ଦ୍ବାରା ପୂଜିତ ଦାର୍ନିପେନୂ ବା ମାଟି ମାଆଙ୍କ ଆସ୍ଥାନରେ ଭଙ୍ଗାରୁଜା ସହ ଦେବୀଙ୍କ ବିରୋଧରେ ଅପମାନ ସୂଚକ ମନ୍ତବ୍ୟ ଦେବା ଅଭିଯୋଗ । ଅଧିକ ପଢନ୍ତୁ

ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ
ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ
author img

By

Published : Jan 30, 2022, 9:31 AM IST

ଫୁଲବାଣୀ: କନ୍ଧମାଳରେ ପୁଣି ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ । ଜିଲ୍ଲାର ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡାର ବଂଡେମିଲା ଠାରେ ଥିବା ଦାର୍ନୀ ପେନୁ ବା ମାଟି ମାଆକୁ ପୂଜା କରାଯାଉଥିବା ସ୍ଥାନରେ ଭଙ୍ଗାରୁଜା ସହ ଦେବୀଙ୍କ ବିରୋଧରେ ଅପମାନ ସୂଚକ ମନ୍ତବ୍ୟ ଏବଂ ଆସ୍ଥାନ ଓ ପୂଜା ସାମଗ୍ରୀକୁ ପୋଡି ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଏହି ପବିତ୍ର ସ୍ଥାନରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ମଳତ୍ୟାଗ କରିବା ନେଇ ମଧ୍ୟ ଅଭିଯୋଗ ଆସିଛି ।

କନ୍ଧମାଳରେ ପୁଣି ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ

ଦାର୍ନୀ ପେନୁ ବା ଧରଣୀ ପେନୁ ମନ୍ଦିରରେ ବର୍ଷ ବର୍ଷ ଧରି ଆଦିବାସୀ ପୂଜକ ପୂଜା କରିଆସୁଛନ୍ତି । କନ୍ଧମାଳର ପରମ୍ପରା ଅନୁଯାୟୀ, ଏହି ପୂଜକମାନଙ୍କୁ ପୁରୁଷାନୁକ୍ରମିକ ଭାବେ ଗ୍ରାମବାସୀଙ୍କ ପକ୍ଷରୁ ନିସ୍କର ଚାଷ ଜମି ଓ ବାସଗୃହ ଯୋଗାଇ ଦିଆଯାଇଥାଏ । ଏହି କ୍ରମରେ ଗ୍ରାମର ପ୍ରଦୀପ ମଲିକଙ୍କୁ ତାଙ୍କ ପିତୃପୁରୁଷ ଅମଳରୁ ପୂଜକ ଭାବେ ଗ୍ରାମବାସୀ ସମସ୍ତ ସୁବିଧା ଯୋଗାଇ ଆସୁଥିଲେ । ପ୍ରଦୀପ ମଲିକ ବୃତ୍ତିରେ ଜଣେ ଶିକ୍ଷକ ହେଲେ ମଧ୍ୟ ଧରଣୀ ପେନୁକୁ ପୂଜା କରି ଗ୍ରାମବାସୀଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଜମିବାଡି ଓ ସମ୍ପତ୍ତି ଭୋଗ କରୁଥିଲେ ।

ଗତ କିଛି ବର୍ଷ ହେଲା ପ୍ରଦୀପ ଗ୍ରାମବାସୀଙ୍କୁ କିଛି ନ ଜଣାଇ ଅନ୍ୟ ଏକ ଧର୍ମ ଗ୍ରହଣ କରିଥିଲେ । ଏହାପୂର୍ବରୁ ତାଙ୍କର ଅନ୍ୟ ଭାଇମାନେ ମଧ୍ୟ ସେହି ଧର୍ମ ଗ୍ରହଣ କରିସାରିଥିଲେ । ବର୍ତ୍ତମାନ ପ୍ରଦୀପ ସେହି ସମ୍ପ୍ରଦାୟରେ ସାମିଲ ହେବା ସହ ଚଞ୍ଚକତା କରି ଗ୍ରାମବାସୀଙ୍କ ଦ୍ୱାରା ପ୍ରଦତ୍ତ ଜମିକୁ ନିଜ ନାମରେ ପଟ୍ଟା କରି ଦେଇଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି ।

ଏନେଇ ଗତ ୧୦ ତାରିଖରେ ଗ୍ରାମବାସୀ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ କୌଣସି ପଦକ୍ଷେପ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଛି। ଅଭିଯୋଗ ଅନୁସାରେ ପୂଜା ପାଇଁ ବ୍ୟବହୃତ ମୂଲ୍ୟବାନ ରୂପା ମୁକୁଟ, ୪ ଫୁଟ ଉଚ୍ଚର ତମ୍ବା ହଣ୍ଡା, ଢାଳ ସମେତ ବହୁ ପୂଜା ସାମଗ୍ରୀକୁ ହଡପ୍ କରି ଷଡଯନ୍ତ୍ରକାରୀମାନେ ନେଇ ଯିବା ସଙ୍ଗେ ସଙ୍ଗେ ୨୦୦ ବର୍ଷ ପୁରୁଣା ଧରଣୀ ପେନୁ ଖମ୍ବକୁ ପୋଡି ଦେଇଛନ୍ତି ପ୍ରଦୀପ ମଲିକ ଓ ତାଙ୍କ ସହଯୋଗୀ ।

ଏହାର ଏକ ଭିଡିଓ କ୍ଳିପିଂ ମଧ୍ୟ ପୋଲିସକୁ ଦିଆଯାଇଛି । ହେଲେ ପୋଲିସର ତଦନ୍ତରେ ଶିଥିଳତା ପରୋକ୍ଷରେ ଆଦିବାସୀଙ୍କ ପ୍ରତି ଅପମାନ ଜନକ ବୋଲି କହିଛନ୍ତି ଗ୍ରାମବାସୀ । ଗତ କିଛି ଦିନ ତଳେ ଜଣେ ଯୁବକ ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ ଅଶ୍ଳୀଳ ଟିପ୍ପଣୀ ଦେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଘଟଣାରେ କୋର୍ଟଙ୍କ ହସ୍ତକ୍ଷେପ ପରେ ତାକୁ ଗିରଫ କରି ଜେଲକୁ ପଠାଯାଇଛି ।

ଗତ ୨ ରୁ ୩ ବର୍ଷ ହେଲା ଜିଲ୍ଲାରେ ଯୋଜନା ବଦ୍ଧ ଭାବରେ ଜଙ୍ଗଲ ଜମି ଓ ଆଦିବାସୀଙ୍କ ଜମିକୁ ହଡପ୍ କରି ଚର୍ଚ୍ଚ ନିର୍ମାଣ କରାଯାଉଛି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବ ରହୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପ୍ରଶାସନ ଏବେଠୁ ପଦକ୍ଷେପ ନେଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଦୀପ ମଲିକକୁ ଗିରଫ କରିବା ଓ ତାକୁ ସରକାରୀ ଚାକିରୀରୁ ନିଲମ୍ବନ କରିବାକୁ ବାଲିଗୁଡା ଅଞ୍ଚଳର ବହୁ ଆଦିବାସୀ ଦାବି କରିଛନ୍ତି ।

ଏଭଳି ଘଟଣା ସମ୍ପର୍କରେ ସହରର ଖ୍ରୀଷ୍ଟାଧର୍ମାବଲମ୍ବୀ ଅବଗତ ନାହାଁନ୍ତି । ଅଥଚ ସେମାନଙ୍କ ନାମକୁ ଯୋଡା ଯାଉଥିବାରୁ ସେମାନେ ଦୁଃଖ ପ୍ରକାଶ କରିବା ସହିତ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି । ପ୍ରକାଶଥାଉ କି, ୧୯୯୪ ମସିହା ଏବଂ ପୁଣି ୧୪ ବର୍ଷର ବ୍ୟବଧାନ ପରେ ୨୦୦୮ ମସିହାର ଦଙ୍ଗା କନ୍ଧମାଳବାସୀ ତଥା ଓଡିଶାବାସୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଯୋଜନାବଦ୍ଧ ଭାବେ ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ କରିବା ସହ ବେଆଇନ ଭାବେ ଧର୍ମାନ୍ତରୀକରଣ ଆରମ୍ଭ ହୋଇଛି ବୋଲି ଅଭିଯୋଗକାରୀ କହିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.