ETV Bharat / state

‘ଫନି’ ବେଳେ ଅଚଳ ଦମକଳ କେନ୍ଦ୍ରର ଜରୁରୀକାଳୀନ ନମ୍ବର

କନ୍ଧମାଳ ଜିଲ୍ଲା ସଦରମହକୁମା ଦମକଳ କେନ୍ଦ୍ରର ଜରୁରୀକାଳୀନ ନମ୍ବର କାମ କରୁନାହିଁ । କୌଣସି ଜରୁରୀ ପରିସ୍ଥିତିରେ ସାଧାରଣ ଲୋକେ ଦମକଳ କେନ୍ଦ୍ରକୁ ଯୋଗାଯୋଗ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ
author img

By

Published : May 2, 2019, 11:15 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସାମୁଦ୍ରିକ ଝଡ ଫନି ପାଇଁ ସତର୍କତା ଜାରି ହୋଇଛି । ଆଜି ଓ ଆସନ୍ତା କାଲି (ଶୁକ୍ରବାର) ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଠିକ ଏହି ସମୟରେ ଜିଲ୍ଲା ସଦର ମହକୁମା ଅଗ୍ନିଶମ ବିଭାଗର ଜରୁରୀକାଳୀନ ନମ୍ବର କାମ କରୁନାହିଁ । କୌଣସି ଜରୁରୀ ପରିସ୍ଥିତିରେ ସାଧାରଣ ଲୋକେ ଦମକଳ କେନ୍ଦ୍ର ସହ କିପରି ଯୋଗାଯୋଗ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ଏହି କେନ୍ଦ୍ରର ଉଭୟ 101 ଓ 253620 ନମ୍ବର କାମ କରୁନାହିଁ । ଡାଏଲ କଲେ ଫଲସ୍ ରିଙ୍ଗ ହେଉଛି । ଫଳରେ ଯୋଗାଯୋଗ କରିହେଉ ନାହିଁ । ଏହା ଦ୍ବାରା ଜନ ଅସନ୍ତୋଷ ବୃଦ୍ଧି ହେଉଛି । ଗତ ଚାରି ଦିନ ଧରି ଫୋନ୍ ଅଚଳ ଥିବା ବେଳେ ବିଏସଏନଏଲ ବିଭାଗ ଚୁପ୍ ବସିଛି । ଫନି ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ ହେଁ ଫୋନ୍ ଅଚଳ ହେବା ଯୋଗୁଁ ଦମକଳ ବାହିନୀ ଲୋକଙ୍କୁ କିପରି ସେବା ଯୋଗାଇବ ଆଶଙ୍କା ସୃଷ୍ଟି ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.