ETV Bharat / state

କନ୍ଧମାଳରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Nov 30, 2021, 2:55 PM IST

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ମଧ୍ୟରେ ଥିବା ଖେଳ ପଡିଆ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର(Hanging Dead Body Found) । ଅଧିକ ପଢନ୍ତୁ

କନ୍ଧମାଳରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କନ୍ଧମାଳରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ମଧ୍ୟରେ ଥିବା ଖେଳ ପଡିଆ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର(Hanging Dead Body Found) । ଆଜି ସକାଳେ ଏକ ଶାଗୁଆନ ଗଛରେ ମୃତଦେହ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ଫିରିଙ୍ଗିଆ ପୋଲିସ ମୃତଦେହ ଜବତ କରିଛି ।

କନ୍ଧମାଳରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ଉକ୍ତ ପଡିଆକୁ ପିଲାମାନେ ଖେଳିବା ପାଇଁ ପଡିଆକୁ ଆସିଥିଲେ । ଏହି ସମୟରେ ଶାଗୁଆନ ଗଛରେ ମୃତଦେହ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଫିରିଙ୍ଗିଆ ଥାନା ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଏକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ଯୁବକ ଜଣକ ଦୀର୍ଘ ଚାରି ବର୍ଷ ହେଲା ଫିରିଙ୍ଗିଆ ସହରର ଏକ ହୋଟେଲରେ କାମ କରିବା ସହ ଗାଡି ଡ୍ରାଇଭର ଭାବରେ ମଧ୍ୟ କାମ କରୁଥିଲେ ।

ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡୁଥିବାବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.