ଫୁଲବାଣୀ: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଖଜୁରିପଡା ବ୍ଲକର ଗ୍ରାମ ପଞ୍ଚାୟତ ଏକ୍ସଟେନସନ ଅଫିସର(ଜିପିଇଓ) ଅନିତ କୁମାର ବଡ଼ସେଠ । ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ୟୁନିଟ ହାତରେ ଧରାପଡିଥିବା ସୂଚନା । ଗିରଫ କରି ତାଙ୍କୁ ଫୁଲବାଣୀ ୟୁନିଟ ଅଫିସରେ ପଚରାଉଚରା କରାଯାଉଛି । ତାଙ୍କ ଅଫିସ ଓ ଘରେ ମଧ୍ୟ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ । ଏହାସହ ବେଲଘର ଥାନା ଅନ୍ତର୍ଗତ ତାଙ୍କ ନିଜ ଗାଁ ଗୁମା ଘରେ ମଧ୍ୟ ଯାଞ୍ଚ ନେଇ ସୂଚନା ଦେଇଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ ଖଜୁରିପଡା ବ୍ଲକ ପଧନପଡା ଗାଁର ଦୁଃଶାସନ ସାହାଣୀଙ୍କ ଝିଅର ବିବାହ ପ୍ରମାଣପତ୍ର ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ । ପରେ ତାଙ୍କୁ ଗିରଫ କରାଯିବାବେଳେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜିର କରାଯିବା ନେଇ କହିଛନ୍ତି ଭିଜିଲାନ୍ସ ଡ଼ିଏସପି ରବିକାନ୍ତ ସୁନା ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ