ଭୁବନେଶ୍ୱର: ଧାନ କଟା ହାତରେ ଭବିଷ୍ୟତ ଗଢିବ ଗରିବ ଆଦିବାସୀ ଛାତ୍ର ଇଫୁ ମଲ୍ଲିକ ( Ifu Mallick) । ଡାକ୍ତର ହୋଇ ସମାଜର ସେବା କରିବ । ଆର୍ଥିକ ଅଭାବ କାରଣରୁ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇ ଥିଲେ ମଧ୍ୟ, କଲେଜ ଖର୍ଚ୍ଚ ଓ ପରିବାର ପ୍ରତିପୋଷଣ ପାଇଁ କଲମ ଧରିବା ହାତରେ ଧାନ କାଟି ପରିବାର ପୋଷୁଥିଲେ। ହେଲେ ଆଉ ନା ଶ୍ରମିକ ଭାବରେ କାମ କରିବେ ନା ବିଲକୁ ଯିବେ ନା ଧାନ କାଟିବେ । ଯେଉଁ ସ୍ୱପ୍ନ ନେଇ ଭବିଷ୍ୟତ ଆଡକୁ ବଢୁଥିଲେ ଏବେ ସେହି ସ୍ୱପ୍ନରେ କେବଳ ନିମଗ୍ନ ରହିବେ । ଇଫୁଙ୍କୁ ସହଯୋଗର ହାତ ବଢାଇଛନ୍ତି ରାଜ୍ୟ ସରକାର ।
-
1/6. Shri. Ifu Mallick of Kandhamal district has cleared NEET and has been selected for admission in MBBS in Saheed Lakshman Nayak (SLN) Medical College and Hospital in Koraput dist.
— ST & SC Development Department (@scstdevdept) December 7, 2022 " class="align-text-top noRightClick twitterSection" data="
@CMO_Odisha @MoSarkar5T @SecyChief pic.twitter.com/pemNFtx6WR
">1/6. Shri. Ifu Mallick of Kandhamal district has cleared NEET and has been selected for admission in MBBS in Saheed Lakshman Nayak (SLN) Medical College and Hospital in Koraput dist.
— ST & SC Development Department (@scstdevdept) December 7, 2022
@CMO_Odisha @MoSarkar5T @SecyChief pic.twitter.com/pemNFtx6WR1/6. Shri. Ifu Mallick of Kandhamal district has cleared NEET and has been selected for admission in MBBS in Saheed Lakshman Nayak (SLN) Medical College and Hospital in Koraput dist.
— ST & SC Development Department (@scstdevdept) December 7, 2022
@CMO_Odisha @MoSarkar5T @SecyChief pic.twitter.com/pemNFtx6WR
ଗଣମାଧ୍ୟମରେ ଖବର ପ୍ରକାଶ ପରେ ଅସହାୟ ଆଦିବାସୀ ଛାତ୍ରଙ୍କ ଦୁଃଖ ବୁଝିଛନ୍ତି ରାଜ୍ୟ ସରକାର । ଇଫୁଙ୍କ ପାଖରେ ପହଞ୍ଚିଛି ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ଏସସି ଓ ଏସଟି ପକ୍ଷରୁ ଇଫୁଙ୍କୁ ଆର୍ଥିକ ସହାୟତା ଦିଆଯାଇଛି । ଇଫୁଙ୍କ ପାଠ ପଢା ପାଇଁ 62 ହଜାର 950 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏହାସହ ସମସ୍ତ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।
-
5/6. It may be noted that the Odisha government fully bears the cost of studies and accommodation of SC and ST students getting into national institutes on merit.
— ST & SC Development Department (@scstdevdept) December 7, 2022 " class="align-text-top noRightClick twitterSection" data="
">5/6. It may be noted that the Odisha government fully bears the cost of studies and accommodation of SC and ST students getting into national institutes on merit.
— ST & SC Development Department (@scstdevdept) December 7, 20225/6. It may be noted that the Odisha government fully bears the cost of studies and accommodation of SC and ST students getting into national institutes on merit.
— ST & SC Development Department (@scstdevdept) December 7, 2022
କନ୍ଧମାଳ ଜିଲ୍ଲା ବାଲିଗୁଡା ଗାଁର ଆଦିବାସୀ ଛାତ୍ର ଇଫୁ ମଲ୍ଲିକ । ଆର୍ଥିକ ଅଭାବ ରହିଥିଲେ ମଧ୍ୟ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ମନୋନୀତି ହୋଇଛନ୍ତି । କିନ୍ତୁ ନାମ ଲେଖା ଫି, ହଷ୍ଟେଲ ଫି ପାଠପଢା ଖର୍ଚ୍ଚ କେଉଁଠୁ ଆଣିବେ ସେ ନେଇ ଚିନ୍ତାରେ ଥିଲେ । ଏଥିପାଇଁ ଦିନ ମଜୁରୀ କାମ କରୁଥିଲେ । ଇଫୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ଗାଆଁ ସ୍କୁଲରେ ପାଠ ପଢିଥିବା ବେଳେ ବିଜ୍ଞାନ ବିଭାଗର ପାଠ ପଢିଥିଲେ । ଛୋଟ ବେଳୁ ଥିଲା ଡାକ୍ତର ହେବାର ଇଚ୍ଛା । ଗାଁରେ ଅଜଣା ରୋଗରେ ଅନେକ ଲୋକ ଦୁଃଖ କଷ୍ଟ ଭୋଗୁଥିଲେ । ପ୍ରାଣ ବି ଅନେକ ସମୟରେ ଚାଲିଯାଉଥିଲା । ଯାହା ଫଳରେ ଇଫୁ ଏହାକୁ ନେଇ ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲେ ବୋଲି କହିଛନ୍ତି ଇଫୁ ମଲ୍ଲିକ । ଇଫୁଙ୍କୁ ନବୀନ ନୀବସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ନିମନ୍ତ୍ରଣ ମିଳିଛି ।
ସୂଚନା ଅନୁଯାୟୀ, ରାଜ୍ୟ ସରକାର ଦିନେ ଶେଷ କିସାନଙ୍କୁ ମଧ୍ୟ ଏଭଳି ସାହାଯ୍ୟ କରିଥିଲେ। ଯାହା ଫଳରେ ସେ ଜଣେ ଯୁବ ବୈଜ୍ଞାନିକ ହୋଇପାରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର