ETV Bharat / state

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ

author img

By ETV Bharat Odisha Team

Published : Oct 31, 2023, 10:54 AM IST

Updated : Oct 31, 2023, 2:11 PM IST

କନ୍ଧମାଳ ଜିଲ୍ଲା ଉଦୟଗିରି ଚନ୍ଦନ ସାହିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ଜଳି ପାଉଁଶ ହୋଇଛି । ଅଧିକ ପଢନ୍ତୁ

gas cylinder blast
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ଫୁଲବାଣୀ: ଗ୍ୟାସ ସିଲିଣ୍ଡର ଫାଟି ଉଡିଲା ଘର ଟିଣ । ନିମିଷକେ ସବୁ କିଛି ଛାରଖାର ହୋଇଛି । ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଜଳି ପାଉଁଶ ହୋଇଛି । କନ୍ଧମାଳ ଜିଲ୍ଲା ଉଦୟଗିରି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂର ଚନ୍ଦନ ସାହିରେ ଏକ ରୋଷେଇ ଘରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଛି । ଆଖି ପିଛୁଳାକେ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଇଛି ।

ଏହା ବି ପଢନ୍ତୁ...ଘାଟିରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ବିସ୍ଫୋରଣରେ ଥରିଲା ଅଞ୍ଚଳ

ମିଳିଥିବା ସୂଚନା ମୁତାବକ, ଉଦୟଗିରି ଚନ୍ଦନ ସାହିର ବିନୋଦ ନାୟକ ରୋଷେଇ ପାଇଁ ଏକ ନୂଆ ଗ୍ୟାସ ସିଲିଣ୍ଡର କିଣିଥିଲେ । ଗ୍ୟାସ ଚାଲୁ କରିବାରୁ ଅଚାନକ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା । ସିଲିଣ୍ଡରରେ ନିଆଁ ଲାଗିଥିବା ତାଙ୍କ ବଡପୁଅ ଦେଖି ଘରୁ ବାହାରକୁ ଚାଲି ଆସି ସିଲିଣ୍ଡରରେ ନିଆଁ ଲାଗିଥିବା କହିଥିଲେ । ଏହି ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଘରର ଟିଣ ଛପର ସମ୍ପୂର୍ଣ୍ଣ ଉଡ଼ିଯାଇଥିଲା । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି । ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ବିସ୍ଫୋରଣରେ ଘରର ଛପର ସମ୍ପୂର୍ଣ୍ଣ ଉଡିଯାଇଥିଲା ତେବେ ଘରର ସମସ୍ତ ସଦସ୍ୟ ବାହାରେ ଥିବାରୁ କାହାର କୌଣଷି କ୍ଷତି ହୋଇନାହିଁ । ଘରର ଅଧିକଂଶ ଅଂଶ ନଷ୍ଟ ହେବା ସହ ଘର ଭିତରେ ଥିବା ବାଇକ ଟିଭି, ଫ୍ରିଜ, କିଛି ଟଙ୍କା ଆସବାବପତ୍ର ଏମିତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସୌଭଗ୍ୟବସତଃ ଘରର କେହି ବ୍ୟକ୍ତି ଆହତ ହୋଇନାହାନ୍ତି ।

ଏହା ବି ପଢନ୍ତୁ...ଯାଜପୁରରେ ଅଘଟଣ: ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଲାଗିଲା ନିଆଁ, ୫ ଆହତ

ଘର ମାଲିକ ବିନୋଦ ନାୟକ କହିଛନ୍ତି, "ହଠାତ୍ ଗ୍ୟାସରେ ନିଆଁ ଲାଗି ଯାଇଥିଲା । ଏହାପରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ବାଇକ୍‌ ଟିଭି, ଫ୍ରିଜ୍‌, କିଛି ଟଙ୍କା ଆସବାବପତ୍ର ଏମିତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ପୂର୍ବରୁ ଗ୍ୟାସ୍‌ ଲିକ୍‌ ହେଉଥିବା ଅନୁମାନ କରାଯାଉଛି ।"

ଖବରପାଇ ଉଦୟଗିରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ସିଲିଣ୍ଡରରେ ନିଆଁ ଲଗିଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ । ଗ୍ୟାସ୍‌ ସିଲିଣ୍ଡରରେ ଲିକେଜ୍‌ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, କନ୍ଧମାଳ

Last Updated : Oct 31, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.