ETV Bharat / state

ହତ୍ୟାକାଣ୍ଡର 10 ବର୍ଷ ପରେ ପାଞ୍ଚ ଜଣକୁ ଆଜୀବନ କାରାଦଣ୍ଡ - ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କନ୍ଧମାଳରେ ଗୋରେଖ ଦଣ୍ଡସେନାଙ୍କୁ ହତ୍ୟା ଘଟଣା । ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 18, 2023, 10:29 AM IST

ଫୁଲବାଣୀ: ହତ୍ୟାକାଣ୍ଡର 10 ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ । ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ା ନେଡି ସାହିରେ 2014 ମସିହାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ବାଲିଗୁଡା ଏଡିଜେ ଦିଲୀପ କୁମାର ବିଶ୍ୱାଳ ରାୟ ପ୍ରକାଶ କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଦଣ୍ଡିତ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଲେ ଗଙ୍ଗାଧର ପାତ୍ର, ପ୍ରଦୀପ ଦଣ୍ଡସେନା, ବନାରସୀ ପାତ୍ର, ବିନାୟକ ପାତ୍ର ଓ ଗୋଲକ ପୂଜାରୀ l ତେବେ ଏହି ହତ୍ୟା ମାମଲାର ରାୟ ପ୍ରକାଶ ପୂର୍ଵରୁ ଅନ୍ୟ ଜଣେ ଆସାମୀ ସନ୍ତୋଷ ପାତ୍ରଙ୍କ ବିଚାରଧୀନ ଚାଲିଥିବା ସମୟରେ ମୃତ୍ୟୁ ହୋଇଛି l

2014 ମାର୍ଚ୍ଚ 11 ତାରିଖରେ ବାଲିଗୁଡା ଥାନା ବୁଡ଼ାଗୁଡ଼ା ଗାଁ ନେଡିସାହିର ଗୋରେଖ ଦଣ୍ଡସେନାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଗୋରେଖ ନାସ କିଣିବାକୁ ଯାଇଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ମାନେ ଆକ୍ରମଣ କରିଥିଲେ । ଏପରିକି ଗୋରେଖଙ୍କୁ ମେଡିକାଲକୁ ଯୁବକଙ୍କୁ ଯିବାକୁ ବି ଦେଇନଥିଲେ ଅଭିଯୁକ୍ତ । ଯାହା ଫଳରେ 2014 ମାର୍ଚ୍ଚ 12 ତାରିଖ ଦିନ ମେଡିକାଲକୁ ଅଣାଯାଇଥିବା ବେଳେ ରାସ୍ତାରେ ଗୋରେଖଙ୍କ ମୃତ୍ୟୁ ହୋଇଥିଲା l ଏନେଇ ମୃତ ଗୋରେଖଙ୍କ ଭାଇ କାଳିଦାସ ଦଣ୍ଡସେନା ବାଲିଗୁଡା ଥାନାରେ ଏତଲା ଦେଇଥିଲେ । ବାଲିଗୁଡା ଥାନାରେ କେସ ନମ୍ବର 24/12-3-2014 ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।

ତେବେ 2017 ମସିହାରୁ ଏହି ହତ୍ୟାକାଣ୍ଡର ଅଧିକାଂଶ ମାମଲା ସରିଥିଲେ ମଧ୍ୟ ଆସାମୀ ମାନେ ହାଇକୋର୍ଟଙ୍କ ଷ୍ଟେ ଅର୍ଡର ଆଣି ବିଚାରଣକୁ ଲମ୍ବିତ କରିଥିଲେ l ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ବିଚାରପତି ଦିଲୀପ କୁମାର ବିଶ୍ୱାଳ ମୋଟ 17 ଜଣ ପ୍ରତ୍ୟକ୍ଷ ଦର୍ଶୀ ଏବଂ ପାରିପାର୍ଶ୍ବିକ ସାକ୍ଷ୍ୟ ବୟାନକୁ ଆଧାର କରି ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ କାରାଗାରରେ ଦଣ୍ଡିତ କରିଛନ୍ତି l ତେବେ ଏହି ହତ୍ୟା ଘଟଣାରେ ରାୟ ପ୍ରକାଶ ପୂର୍ଵରୁ ଅନ୍ୟ ଜଣେ ଅଭିଯୁକ୍ତ ସନ୍ତୋଷ ପାତ୍ରଙ୍କ ମୃତ୍ୟୁ ହୋଇଛି l ବାକି 4ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

2008 ମସିହାରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଞ୍ଚଳରେ ସୁରି ମହାନ୍ତିଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ଦୀର୍ଘ ୯ ବର୍ଷର ବିଚାରଣା ପରେ ଜାନୁଆରୀ ମାସରେ ରାୟ ଶୁଣାଇଥିଲେ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ l ଏହି ଘଟଣାରେ ସମ୍ପୃକ୍ତ ସାତ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଅନ୍ୟ ଦୁଇ ଜଣ ବିକ୍ରମ ମଲ୍ଲିକ ଓ ସୁଶୀଲ ବେହେରାଙ୍କୁ ଜରିମାନା ସହିତ ଆଜୀବନ କାରାଦଣ୍ଡ ଦଣ୍ଡିତ କରାଯାଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.