ETV Bharat / state

ସିର୍ଲା ଜଙ୍ଗଲରେ ଏନକାଉଣ୍ଟର ମାମଲା: ମିଳିଲା 3 ନକ୍ସଲଙ୍କ ପରିଚୟ

author img

By

Published : Jul 7, 2020, 1:50 PM IST

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସିର୍ଲା ଜଙ୍ଗଲରେ ରବିବାର ଭୋର ସମୟରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ମୃତ ଚାରି ନକ୍ସଲଙ୍କ ମଧ୍ୟରୁ ତିନି ଜଣଙ୍କ ପରିଚୟ ମିଳିଛି । ଅଧିକ ଖବର ପଢନ୍ତୁ...

ସିର୍ଲା ଜଙ୍ଗଲରେ ଏନକାଉଣ୍ଟର ମାମଲା; ମିଳିଲା 3 ନକ୍ସଲଙ୍କ ପରିଚୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସିର୍ଲା ଜଙ୍ଗଲରେ ରବିବାର ଭୋର ସମୟରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ମୃତ ଚାରି ନକ୍ସଲଙ୍କ ମଧ୍ୟରୁ ତିନି ଜଣଙ୍କ ପରିଚୟ ମିଳିଛି । ଏନେଇ ଜିଲ୍ଲା ପୋଲିସ ଆଜି ସୂଚନା ଦେଇଛି। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓ ନେତା ସୁକ୍ରୁ ନିହତ ହୋଇଛି। ସେ ସିପିଆଇ ମାଓବାଦୀର ରାଜ୍ୟ କମିଟି ସଭ୍ୟ ଥିଲା।

ଏହା ସହ ଏରିଆ କମିଟି ସଭ୍ୟ ଇତେଶ ଓ ରୀନା ବୋଲି ଚିହ୍ନଟ କରାଯାଇଥିବାବେଳେ ଅନ୍ୟ ଜଣେ ମହିଳା ନକ୍ସଲଙ୍କ ଚିହ୍ନଟ ହୋଇପାରିନାହିଁ। ମୃତ ସୁକ୍ରୁ ନାଁରେ ଅନେକ ସଙ୍ଗୀନ ମାମଲା ରହିଛି। ତାର ମୁଣ୍ଡ ପାଇଁ ସରକାର ପୁରସ୍କାର ମଧ୍ୟ ଘୋଷଣା କରିଥିଲେ। ବାଂଶଦାରା ଘୁମୁସର ନାଗାବଳୀ ବା ବିଜିଏନ ମାଓ ଡିଭିଜନର ସେକେଣ୍ଡ ଇନ କମାଣ୍ଡ ଭାବେ କାମ କରୁଥିଲା ସୁକ୍ରୁ।

ତେବେ ଅନ୍ୟ ମୃତ ମାଓବାଦୀଙ୍କ ପରିଚୟ ପାଇବା ପାଇଁ ପୋଲିସ ଛତିଶଗଡ଼, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା ପ୍ରଭୃତି ରାଜ୍ୟ ପୋଲିସକୁ ସୂଚନା ଦେଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଆଜି ପୁଣି ଏନକାଉଣ୍ଟରରେ ଜଣେ କ୍ୟାଡର ନକ୍ସଲ ନିହତ ହେବା ସହିତ ଦୁଇଟି ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.