ETV Bharat / state

କନ୍ଧମାଳ ଝିରିପାଣିକୁ ପଶି ଆସିଛନ୍ତି ହାତୀ ପଲ, ଭୟଭୀତ ଚାଷୀ - elephant destroyed crops in kandhamal

ଝିରିପାଣି ଜଙ୍ଗଲରେ ୪୦ ରୁ ୫୦ ଟିକିଆ ହାତୀପଲ ଗାଁକୁ ପଶି ଫସଲ ନଷ୍ଟ କରୁଥିବା ବେଳେ ଭୟଭୀତ ଗ୍ରାମବାସୀ । ହାତୀ ଟ୍ରାକିଙ୍ଗ୍ କରିବା ପାଇଁ ସ୍କାର୍ଡ ଟିମ ଗଠନ କରିଛି ବନବିଭାଗ । ଅଧିକ ପଢ଼ନ୍ତୁ

ଝିରିପାଣି ଜଙ୍ଗଲ ରେ ୪୦ ରୁ ୫୦ ଟିକିଆ ହାତୀପଲ
ଝିରିପାଣି ଜଙ୍ଗଲ ରେ ୪୦ ରୁ ୫୦ ଟିକିଆ ହାତୀପଲ
author img

By

Published : Jan 16, 2023, 9:58 AM IST

ଝିରିପାଣି ଜଙ୍ଗଲ ରେ ୪୦ ରୁ ୫୦ ଟିକିଆ ହାତୀପଲ

ଫୁଲବାଣୀ: କନ୍ଧମାଳରେ ହାତୀପଲ ଉପଦ୍ରବ ବଢ଼ିବାରେ ଲାଗିଛି । ଝିରିପାଣି ଜଙ୍ଗଲରେ ୫୦ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି । ହାତୀ ଟ୍ରାକିଙ୍ଗ୍ କରିବା ପାଇଁ ସ୍କାର୍ଡ ଟିମ ଗଠନ କରିଛି ବନବିଭାଗ । ଝିରିପାଣି ଜଙ୍ଗଲ ରେ ୪୦ ରୁ ୫୦ ଟିକିଆ ହାତୀପଲ ଗାଁକୁ ପଶି ଫସଲ ନଷ୍ଟ କରୁଥିବା ବେଳେ ଭୟଭୀତ ଗ୍ରାମବାସୀ । ଏହି ହାତୀ ପଲ କଳାହାଣ୍ଡି-କନ୍ଧମାଳ ସିମାନ୍ତ ଜଙ୍ଗଲରୁ ଆସିଥିବା ସନ୍ଦେହ କରୁଛି ବନ ବିଭାଗ ଟିମ । ତେବେ ହାତୀ ଟ୍ରାକିଙ୍ଗ୍ ସ୍କାର୍ଡ ଟିମ ଗଠନ କରି ହାତୀ ଗତିପଥ ବଦଳେଇବା ସହ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ହାତୀଙ୍କ ନିକଟକୁ ନ ଯିବା ପାଇଁ ବନବିଭାଗ ସଚେତନ କରିଛି ।

ସୂଚନା ଅନୁଯାୟୀ,ବାଲିଗୁଡା ବନଖଣ୍ଡର ବେଲଘର ବନାଅଂଚଳର ଝିରିପାଣି ଗାଁ ଅଞ୍ଚଳକୁ ୪୦ରୁ୫୦ଥିବା ହାତୀପଲ ପଶି ଆସିଥିବା ଦେଖିବାକୁ ମିଳିଛି । ଏହି ହାତୀପଲ ଆଜକୁ ପ୍ରାୟ ୭ରୁ ୮ ଦିନ ହେବ ଝିରିପାଣି ଜଙ୍ଗଲରେ ରହିଥିବା ସହ ଗାଁ ଭିତରକୁ ଆସି ଚାଷ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଝିରିପାଣିରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ହାତୀ ଟ୍ରାକିଙ୍ଗ୍ ସ୍କାର୍ଡ ଟିମ ଗଠନ କରି ହାତୀ ଗତିପଥ ବଦଳେଇବା ସହ ହାତୀପଲକୁ ଘଉଡାଇବା ନେଇ ପ୍ରୟାସ କରୁଛି ଟିମ । ଏହା ସହ ଗ୍ରାମବାସୀଙ୍କୁ ସଚେତନ କରୁଥିବା ଝିରିପାଣୀ ଗାଁ ବିଟ୍ ହାଉସର ଫରେଷ୍ଟର ଶିବାଜି ବେହେରା କହିଛନ୍ତି ।

ଝିରିପାଣୀ ଜଙ୍ଗଲକୁ କଳାହାଣ୍ଡି ଜଙ୍ଗଲ ଲାଗିଥିବାରୁ କଳାହାଣ୍ଡି ପଟରୁ ଏହି ହାତୀପଲ ଆସି ଉକ୍ତ ଅଞ୍ଚଳରେ ଉପଦ୍ରବ ସହ ଜନଜୀବନ କ୍ଷତି କରୁଥିବା ଜଣାପଡିଛି । ଏଭଳି ପ୍ରତ୍ୟେକ ସମୟରେ ହାତୀପଲ ବେଲଘର ବନାଞ୍ଚଳର ଝିରିପାଣି, ଲଙ୍କାଗଡ ଜଙ୍ଗଲକୁ ହାତୀ ଆସିରହୁଥିବା ଦେଖିବାକୁ ମିଳୁଛି । ଝିରିପାଣି ଓ ଭଣ୍ଡରଙ୍ଗୀ ଗ୍ରାମ ପଞ୍ଚାୟତ ରୁ ତୁମୁଡିବନ୍ଧକୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଅନେକ ସରକାରୀ କାର୍ଯ୍ୟକ୍ରମରେ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ବନ୍ଦ ହେଇଯାଇଛି । ବିଗତ କିଛି ଦିନ ପୂର୍ବରୁ ସେତୁ କାମରେ ନିୟୋଜିତ ଜଣେ ଶ୍ରମିକ ହାତୀ ଆକ୍ରମଣରେ ଗୁରୁତର ହେବା ବେଳେ ପୁଣି ଏହି ହାତୀପଲଙ୍କୁ ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.