କନ୍ଧମାଳ: କାଳ ହେଲା ଆମ୍ବ ତୋଳା । 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ବୁଧବାର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଆମ୍ବ ତୋଳିବା ବେଳେ 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ମୃତ ଦମ୍ପତି ହେଲେ କନ୍ଧମାଳର ଦଶରଥ ଭୁକ୍ତା ଓ ସରୋଜିନୀ ଭୁକ୍ତା। ସରୋଜୀନୀ ଲାଠିରେ ଆମ୍ବ ତୋଳୁଥିବା ସମୟରେ 33 କେଭି ତାର ସଂସ୍ପର୍ଶରେ ଆସିଥିଲେ । ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ଘଟଣାସ୍ଥଳରେ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଘଟଣା ବିଷୟରେ ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ