ETV Bharat / state

କନ୍ଧମାଳରେ ଫାଇନ ଗଣିଲେ ମଦୁଆ ଡ୍ରାଇଭର - drunken-driver-search-in-kandhamal

ନୂତନ ମଟର ଯାନ ଆଇନ କଡାକଡି ଭାବେ ଲାଗୁ ହେବା ପରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧରପଗଡ ଜାରି ରହିଛି । ମଦୁଆ ଡ୍ରାଇଭର ଚିହ୍ନଟ ଏକ ନିର୍ଦ୍ଦିଷ୍ଟ ଯନ୍ତ୍ର ମାଧ୍ୟମରେ ପୋଲିସ କରି ଫାଇନ ଆଦାୟ କରୁଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ
author img

By

Published : Oct 5, 2019, 10:45 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଳାରେ ନୂତନ ମଟର ଯାନ ଆଇନ କଡାକଡି ଭାବେ ଲାଗୁ କରାଯାଇଛି । ଜିଲ୍ଲା ପୋଲିସ ଅନେକ ସ୍ଥାନରେ ଏହି ଭଳି ନାକା ବନ୍ଦୀ କରି ଯାନବାହାନ ଯାଞ୍ଚ କରୁଛି। ନୂତନ ମଟର ଯାନ ଆଇନ ଲାଗୁ ହେବାପରେ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ କରି ଫାଇନ ଆଦାୟ କରୁଛି । ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ ।

କନ୍ଧମାଳରେ ମଦୁଆ ଡ୍ରାଇଭର ଚିହ୍ନଟ

ଏକ ନିର୍ଦ୍ଦିଷ୍ଟ ଯନ୍ତ୍ର (ବ୍ରେଥ ଏନାଲାଇଜର) ମାଧ୍ୟମରେ ପୋଲିସ ମଦୁଆ ଡ୍ରାଇଭର ଚିହ୍ନଟ କରି ଫାଇନ ଆଦାୟ କରୁଛି । ଏକ ଡ୍ରାଇଭର ଠାରୁ 5000 ଟଙ୍କା ଫାଇନ ଆଦାୟ କରାଯାଇଛି । ଟାଉନ ପୋଲିସ ଆଜି ସୁଦ୍ଧା ଏକ ଲକ୍ଷ ଟଙ୍କାରୁ ଅଧିକ ଫାଇନ ଆଦାୟ କରିଛି । ଏହି ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ ନରେଶ କୁମାର ସାହୁ ।

ସେହିପରି ଜିଲ୍ଲାରେ ବାଲିଗୁଡା, ଟିକାବାଲି, ରାଇକିଆ,ତୁମୁଡିବନ୍ଧ,କୋଟଗଡ,ଫିରିଙ୍ଗିଆ ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ଯାଞ୍ଚ କରୁଛି । କନ୍ଧମାଳ ଜିଲ୍ଲାରେ ଏହି ଭଳି ନିୟମିତ ଯାଞ୍ଚ ଜାରି ରହିବ ବୋଲି ଏସପି କହିଛନ୍ତି । ପୋଲିସ 4 ଦିନ ମଧ୍ୟରେ ବିଭିନ୍ନ ଥାନାରେ ପ୍ରାୟ ପଚାଶରୁ ଅଧିକ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଳାରେ ନୂତନ ମଟର ଯାନ ଆଇନ କଡାକଡି କରାଯାଇଛି। ଅନେକ ସ୍ଥାନରେ ସେଥିପାଇଁ ପୋଲିସ ନାକା କରି ଚେକିଂ କରୁଛି। କେବଳ ଟାଉନ ପୋଲିସ ଆଜି ସୁଦ୍ଧା ଏକ ଲକ୍ଷ ଟଙ୍କାରୁ ଅଧିକ ଫାଇନ ଆଦାୟ କଲେଣି। ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ।

Body:ଫୁଲବାଣୀରେ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି। ସେହିପରି ବାଲିଗୁଡା,ଟିକାବାଲି,ରାଇକିଆ,ତୁମୁଡିବନ୍ଧ,କୋଟଗଡ,ଫିରିଙ୍ଗିଆ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ଚେକିଂ କରୁଛି ପୋଲିସ।

Conclusion:୪ ଦିନ ମଧ୍ୟରେ ବିଭିନ୍ନ ଥାନାରେ ପ୍ରାୟ ପଚାଶରୁ ଅଧିକ ଲୋକଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.