ETV Bharat / state

କନ୍ଧମାଳ ଗସ୍ତରେ ପୋଲିସ ଡିଜିପି ଓ ସିଆପିଏଫ ଡିଜି, ମାଓ ମୁକାବିଲା ପାଇଁ ପ୍ରସ୍ତୁତ କଲେ ରଣନୀତି - ବାଲିଗୁଡା ଖମନଖୋଲରେ ଡିଜିଙ୍କ ବୈଠକ

ରାଜ୍ୟ ପୋଲିସ ଡିଜି ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡା ଖମନଖୋଲ ସେଆରପିଏଫ କ୍ୟାମ୍ପକୁ ଗସ୍ତ କରି ନକ୍ସଲ ଆକ୍ରମଣ ବାବଦରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ନକ୍ସଲଙ୍କ ବିରୋଧରେ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପୋଲିସ ଡିଜିପି ଓ ସିଆପିଏଫ ଡିଜିଙ୍କ କନ୍ଧମାଳ ଗସ୍ତ

author img

By

Published : Nov 1, 2020, 4:11 PM IST

Updated : Nov 1, 2020, 4:42 PM IST

ଫୁଲବାଣୀ:ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି(ରବିବାର) କନ୍ଧମାଳ ଗସ୍ତ କରିଛନ୍ତି । ସେ ଜିଲ୍ଲାରେ ଚାଲିଥିବା ନକ୍ସଲ ଅପରେସନ ବାବଦରେ ସିଆରପିଏଫ ଯବାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ତେବେ ବୈଠକ ବାବଦରେ ଡିଜି ଅଭୟ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

କନ୍ଧମାଳ ଗସ୍ତରେ ପୋଲିସ ଡିଜିପି ଓ ସିଆପିଏଫ ଡିଜି, ମାଓ ମୁକାବିଲା ପାଇଁ ପ୍ରସ୍ତୁତ କଲେ ରଣନୀତି

ସୂଚନା ଅନୁଯାୟୀ ପୋଲିସ ଡିଜି ଅଭୟ ବାଲିଗୁଡା ଖମନଖୋଲ ଠାରେ ଥିବା ସିଆରପିଏଫ୍ କ୍ୟାମ୍ପକୁ ଯାଇ ଆଲୋଚନା କରିଛନ୍ତି । ପୋଲିସ ଡିଜି ଅଭୟଙ୍କ ସହ ସିଆରପିଏଫ କେନ୍ଦ୍ରୀୟ ଜୋନର ସ୍ବତନ୍ତ୍ର ଡିଜି କୁଳଦୀପ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଏହି ଆଲୋଚନାରେ ଜିଲ୍ଲା ଓ ରାଜ୍ୟରେ ନକ୍ସଲ ଅପରେସନ ବାବଦରେ ସମୀକ୍ଷା କରାଯାଇ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହାପରେ ଡିଜିପି ଓ ଅନ୍ୟ ଅଧିକାରୀ ସୈନିକ ସମ୍ମିଳନୀରେ ଯୋଗଦେଇ ଯବାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଡିଜିପି ଅଭୟ 2 ଜଣ କନଷ୍ଟେବଳଙ୍କ ସହ ମଧ୍ୟ କଥା ହୋଇଥିବା ଜଣାପଡିଛି ।

ଡିଜିପି ଅଭୟଙ୍କ ଏହି ଗସ୍ତରେ ଅନ୍ୟ ଅଧିକାରୀ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆରକେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ସିଆରପିଏଫ ଆଇଜି ଏସକେ ମହାନ୍ତି, ଏସପି ଭିନିତ ଅଗ୍ରଓ୍ବାଲ, ଆଇପିଏସ ନୀତିଶ ଓ୍ବାଦାନି ଓ ଅଭିନବ ଶଙ୍କର, 120 ବାଟାଲିୟନ କମାଣ୍ଡାଣ୍ଟ ପ୍ରମୋଦ ସାହୁ, 127 ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝା ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ କନ୍ଧମାଳ ଜିଲ୍ଲାରେ କିଛିଦିନ ହେବ ନକ୍ସଲ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଉଭୟ କେକେବିଏନ ଓ ବିଜିଏନ ନକ୍ସଲ ଡିଭିଜନ ଲଗାତାର ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଛନ୍ତି । ଏପରିକି ସିପିଆଇ ମାଓବାଦୀ ସଂଗଠନର ରାଜ୍ୟ କମିଟି ମୁଖ୍ୟ ଟପ୍ ମାଓ ନେତା ମୁରଲୀ ମଧ୍ୟ ଜିଲ୍ଲାରେ ମାଓ ହମଲା କରୁଛନ୍ତି । ଏପରି ପରିସ୍ଥିତିରେ ପୋଲିସ ଡିଜିଙ୍କ କନ୍ଧମାଳ ଗସ୍ତ ଜିଲ୍ଲାବାସୀଙ୍କ ପାଇଁ କେତେକାଂଶରେ ଆଶ୍ବସ୍ଥି ଦେଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Nov 1, 2020, 4:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.