ETV Bharat / state

ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଜଗା ହେଉଛି ସୁସ୍ଥ: ବଜାର ଯାଉଛି, ସେଲ୍ଫି ନେଉଛି - ଯୋଡାମୁଣ୍ଡ ଜଗା

କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଜଗା ଏବେ ସୁସ୍ଥ ହେବାରେ ଲାଗିଛି । ସେ ବର୍ତ୍ତମାନ ବଜାରକୁ ଯାଇପାରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ସୁସ୍ଥ ହେଉଛି ଜଗା: ବାପାଙ୍କ ସହ ବଜାର ଯାଉଛି, ସେଲ୍ଫି ନେଉଛି

author img

By

Published : Nov 9, 2021, 3:41 PM IST

କନ୍ଧମାଳ: ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଜଗା ଏବେ ସୁସ୍ଥ ହେବାରେ ଲାଗିଛି । ସେ ବାପାଙ୍କ ସହ ବଜାର ଯାଉଛି, ସେଲଫି ନେଉଛି ଏବଂ ବଜାରରେ ଜଳଖିଆ ମଧ୍ୟ ଖାଉଛି । ତେବେ ବଳିଆର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ସେ ଜଗାକୁ ଏକା କରି ଆରପାରିକୁ ଚାଲିଯାଇଥିଲା । କିନ୍ତୁ ବର୍ତ୍ତମାନ ଜଗା ସୁସ୍ଥ ହେବା ପରେ ଫୁଲବାଣୀ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର କ୍ୟାବିନରେ ରହୁଛି । ଜଗାକୁ ନେଇ ଏବେ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି ।

ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଜଗା ହେଉଛି ସୁସ୍ଥ: ବଜାର ଯାଉଛି, ସେଲ୍ଫି ନେଉଛି

ଜଗା ସକାଳୁ ସ୍ଵତନ୍ତ୍ର କ୍ୟାବିନରୁ ବାହାରି ବାପା ଭୁଇଁଆ କହଁରଙ୍କ ସହ ବଜାରକୁ ଯାଇଥିଲା ଏବଂ ଏକ ଚପଲ ଦୋକାନରୁ ଚପଲ କିଣିଥିବା ଦେଖିବାକୁ ମିଳିଥିଲା । ବଜାରରେ ଲୋକମାନେ ଜଗାକୁ ଦେଖିବାକୁ ଭିଡ଼ ଲଗାଇଥିବା ବେଳେ ସେଲଫି ମଧ୍ୟ ନେଇଥିଲେ । କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡା ଗ୍ରାମର ଯୋଡା ମୁଣ୍ଡ ଜଗା ବଳିଆଙ୍କୁ ୨୦୧୭ରେ ଦିଲ୍ଲୀ ଏମ୍ସରେ ଏକ ବିରଳ ଅସ୍ତ୍ରୋପଚାର କରି ୨ ଜଣଙ୍କୁ ଅଲଗା କରାଯାଇଥିଲା ।

ବହୁ ଦିନର ଚିକିତ୍ସା ପରେ ୨ ଜଣଙ୍କୁ କଟକ SCBକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁର୍ଭାଗ୍ୟବଶତଃ ବଳିଆର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେ ଜଗାକୁ ଏକା କରି ଆରପାରିକୁ ଚାଲିଯାଇଥିଲା । ଜଗା ସୁସ୍ଥ ହେବା ପରେ ଫୁଲବାଣୀ ଚିକିତ୍ସାଳୟର ଏକ ସ୍ଵତନ୍ତ୍ର କ୍ୟାବିନରେ ରହୁଥିବା ଜଣାପଡ଼ିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.