ETV Bharat / state

କନ୍ଧମାଳ ଆଶ୍ରମ ସ୍କୁଲ ଛାତ୍ରାବାସରୁ ଛାତ୍ର ନିଖୋଜ, ଅପହରଣ ସନ୍ଦେହ

ଆଶ୍ରମ ସ୍କୁଲ ଛାତ୍ରାବାସରୁ ନିଖୋଜ ହେଲେ ଛାତ୍ର । ଆଠ ଦିନ ହେଲା ପତ୍ତା ପାଉ ନାହାନ୍ତି ପରିବାର ଲୋକେ । ଅଭିଯୋଗ ପରେ ଅପହରଣ ମାମଲା ରୁଜୁ କଲା ପୋଲିସ ।

author img

By

Published : Apr 28, 2019, 3:54 AM IST

ଫଟୋ ସୌଜନ୍ୟ: ଫାଇଲ ଫଟୋ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ସୁଡ୍ରା ଆଶ୍ରମ ସ୍କୁଲ ଛାତ୍ରାବାସରୁ ଜଣେ ଛାତ୍ର ନିଖୋଜ ହୋଇଛନ୍ତି । ଗତ ଆଠ ଦିନ ଧରି ପରିବାର ଲୋକେ ପତ୍ତା ପାଉନାହାଁନ୍ତି ପୁଅର । ପୁଅ ସ୍କୁଲ ଛାତ୍ରାବାସରୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବାପା । ହଷ୍ଟେଲ ପ୍ରଧାନ ଶିକ୍ଷକ କହୁଛନ୍ତି ସ୍କୁଲ ଛୁଟି ଘୋଷଣା କରିବା ପରେ ଛାତ୍ର ନିଶ୍ଚିତ ଭାବେ ଘରକୁ ଯାଇଥିବ । ତେବେ ପରିବାର କିମ୍ବା ଅଭିଭାବକଙ୍କ ହାତରେ କାହିଁକି ଛାତ୍ରମାନଙ୍କୁ ଛଡା ଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପରିବାର । ଶନିବାର ଏନେଇ ବାଲିଗୁଡା ଥାନାରେ ରିପୋର୍ଟ କରିଛନ୍ତି ପରିବାର ଲୋକେ ।

କନ୍ଧମାଳ ଜିଲ୍ଲା ମଙ୍ଗଳ ବିଭାଗ ପରିଚାଳିତ ସୁଡ୍ରା ଆଶ୍ରମ ସ୍କୁଲର ଛାତ୍ର ପ୍ରଭାକର ମଲିକ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କ ଘର ବଡଗାଁରେ । ତେବେ 18 ତାରିଖରୁ ଘରକୁ ଯାଇନାହିଁ ପୁଅ ବୋଲି କହିଛନ୍ତି ପ୍ରଭାକରଙ୍କ ବାପା ରୁବୁଙ୍ଗା ।
18 ତାରିଖରେ ସ୍କୁଲ ଛୁଟି ଘୋଷଣା ପରେ ସମସ୍ତଙ୍କୁ ଘରକୁ ଯିବାକୁ କୁହାଯାଇଥିଲା ଏବଂ ସମସ୍ତେ ନିଜ ନିଜ ଘରକୁ ଯାଇଥିଲେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି । 19 ତାରିଖରେ ରୁବୁଙ୍ଗା ଆସି ହଷ୍ଟେଲରେ ଖୋଜା ଖୋଜି କରିଥିଲେ । ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି ରୁବୁଙ୍ଗା । ନାବାଳକ ହୋଇଥିବାରୁ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ କରୁଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.