ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେଡି ଓ ବିଜେପି ଶ୍ରେୟ ନେବାକୁ ଦୌଡ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର 60 ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ମାତ୍ର 40 ପ୍ରତିଶତ ଦେଉଛି । ମିଛ ପ୍ରଚାର ନକରିବାକୁ ବିଜେପି ବିଜୁ ଜନତା ଦଳକୁ ଚେତାଇ ଦେଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ କନ୍ଧମାଳରେ ମେଡ଼ିକାଲ କଲେଜ ନେଇ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ବିଜେଡିକୁ ଟାର୍ଗେଟ କରିଛନ୍ତି । ସାଂସଦ ଅଚ୍ୟୁତ ସାମନ୍ତ ମିଛ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଖାରବେଳ । 195 କୋଟି ଟଙ୍କା କେନ୍ଦ୍ର ଏହି ମେଡିକାଲ କଲେଜ ପାଇଁ ଦେବ । ଏଥିରେ ବିଜେଡି ବାହାବା ନେବାର ନାହିଁ ବୋଲି ବିଜେପି କହିଛି । ଜିଲ୍ଲା ମେଡିକାଲରେ ଏମ୍ସର ଏକ ଏକ୍ସଟେନ୍ସନ କାଉଣ୍ଟର ଖୋଲିବା ପାଇଁ ବିଜେପି ଜୋରଦାର ଚେଷ୍ଟା କରିବ ବୋଲି ଖାରବେଳ କହିଛନ୍ତି । ଏହାସହ ତୁରନ୍ତ ପ୍ରୋଜେକ୍ଟ ରିପୋର୍ଟ କେନ୍ଦ୍ରକୁ ପଠାଇବାକୁ ଦାବି କରିଛନ୍ତି ବିଜେପି ନେତା ।
କନ୍ଧମାଳରୁ ସଦାଶିଵ ପାତ୍ର,ଇଟିଭି ଭାରତ