ETV Bharat / state

କର୍ମୀଙ୍କୁ ବିଧାୟକଙ୍କ ଖୋଲା ଧମକ, ‘ଜିଲ୍ଲାପରିଷଦ ଜିତାଇଲେ କାମ କରିବି’ - ସାଲୁଗା ପ୍ରଧାନଙ୍କ ଦାଦାଗିରି

‘ଭୋଟ ଦେଇ ବିଧାୟକ କରିଛ । କାମ କରିପାରିବି ବୋଲି ବିଶ୍ବାସ ଅଛି ସେଥପାଇଁ ବହୁମୂଲ୍ୟ ମତ ଦେଇଛ । ଠିକ ସେମିତି ଆସନ୍ତା ନିର୍ବାଚନରେ ଜିଲ୍ଲାପରିଷଦ ପ୍ରାର୍ଥୀକୁ ଜିତାଅ । ନଚେତ କିଛି କାମ କରିବି ନାହିଁ । ଯେଉଁମାନେ ମୋତେ ଭୋଟ ଦେଇନାହାଁନ୍ତି ସେମାନଙ୍କର କୌଣସି କାମ ହେବ ନାହିଁ ।’ ଦଳୀୟ କର୍ମୀଙ୍କୁ ଏପରି ଖୁଲମଖୁଲା ଧମକ ଦେଇଛନ୍ତି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ।

ଡ଼ିଜାଇନ୍ ଫଟୋ
author img

By

Published : Oct 7, 2019, 7:22 PM IST

କନ୍ଧମାଳ: ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦାଦାଗିରି । ଦଳୀୟ ସଭାରେ କର୍ମୀଙ୍କୁ ଖୁଲମଖୁଲା ଧମକ । ‘ତୁମ ଭୋଟ ପାଇ ବିଧାୟକ ହୋଇଛି, ଯଦି ଜିଲ୍ଲାପରିଷଦ ପ୍ରର୍ଥୀକୁ ଆଗାମୀ ନିର୍ବାଚନରେ ଜିତାଇବ ତେବେ ତୁମ ପାଇଁ କାମ କରିବି । ନଚେତ କାମ କରିବି ନାହିଁ’ ବୋଲି କହିଛନ୍ତି ବିଧାୟକ ।

କର୍ମୀଙ୍କୁ ବିଧାୟକଙ୍କ ଖୋଲା ଧମକ

ଦାରିଙ୍ଗବାଡିର ଡୁଲୁରି ନିକଟସ୍ଥ ପାଇନ ଜଙ୍ଗଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏ କଥା କହିଛନ୍ତି ସାଲୁଗା ପ୍ରଧାନ । ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀ ଗାଁ ଅଞ୍ଚଳରେ ବିଜେଡିର ଭୋଟ ହାର କମିଥିବାରୁ ସେହି ଅଞ୍ଚଳର ସାଧାରଣ ଜନତା ଓ ଦଳୀୟ କର୍ମୀଙ୍କ ଉପରେ ବିଷୋଦଗାର କରିଛନ୍ତି ବିଧାୟକ । ସେହିପରି ସେ କହିଛନ୍ତି, ଯେଉଁମାନେ ମୋତେ ନିର୍ବାଚନରେ ଭୋଟ ଦେଇନାହାଁନ୍ତି ସେମାନଙ୍କ ପାଇଁ କିଛି କାର୍ଯ୍ୟ କରିବି ନାହିଁ ।

ଗୋଟେପଟେ ସୁପ୍ରିମୋ ପଢାଉଛନ୍ତି 5‘ଟି’ ମନ୍ତ୍ର । ଲୋକପ୍ରତିନିଧିଙ୍କୁ ଲୋକଙ୍କ ପାଖକୁ ପହଞ୍ଚି ଲୋକଙ୍କ କାମ କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ମୁଖିଆ । କିନ୍ତୁ ଅନ୍ୟପଟେ ଏହାର ବାସ୍ତବ ଚିତ୍ର ସଂପୂର୍ଣ୍ଣ ବିପରୀତ । ଶାସକ ଦଳର ବିଧାୟକଙ୍କ ଏପରି ସ୍ପଷ୍ଟ ଉଚ୍ଚାରଣ ଓ ଧମକ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି । ଏ ସଂକ୍ରାନ୍ତରେ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଯେଉଁମାନେ ଭୋଟଦେଇନାହାନ୍ତି ସେମାନଙ୍କ କୌଣସି ସରକାରୀ କାମ କରାଇଦେବି ନାହିଁ । କନ୍ଧମାଳ ଜିଲ୍ଲା ଘୁ ଉଦୟଗିରୀ ବିଧାୟକଙ୍କୁ ନେଇ ବିବାଦ ।
Body: ଘୁ ଉଦୟଗିରୀ ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡିର ଡୁଲୁରି ନିକଟସ୍ଥ ପାଇନ ବଣରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଏ କଥା କହିଛନ୍ତି । ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀ ଗାଁ ଅଞ୍ଚଳରେ ବିଜେଡିର ଭୋଟହାର କମିଥିବାରୁ ସେହି ଅଞ୍ଚଳର ସାଧାରଣ ଜନତା ଓ ଦଳୀୟ କର୍ମୀଙ୍କ ଉପରେ ବିଷୋଦଗାର କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ 5 t ମାଧ୍ୟମରେ ଲୋକପ୍ରତିନିଧି ମାନଙ୍କୁ ଲୋକଙ୍କ ପାଖକୁ ପହଞ୍ଚି ଲୋକଙ୍କ କାମ କରିବା ପାଇଁ ଗୁରୁମନ୍ତ ଦେଇଥିବା ବେଳେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ବିପରିତ। ଶାସକ ଦଳର ବିଧାୟକଙ୍କ ଏପରି ସ୍ପଷ୍ଟ ଉଚ୍ଚାରଣ ଓ ଧମକ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି।Conclusion:ଶାସକ ଦଳର ବିଧାୟକଙ୍କ ଏପରି ସ୍ପଷ୍ଟ ଉଚ୍ଚାରଣ ଓ ଧମକ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି। ଏ ସଂକ୍ରାନ୍ତରେ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.