ETV Bharat / state

ଜଗା ମାୟାରେ ବାୟା ଭିକ୍ଷୁକ ବୃଦ୍ଧା, ଜଗନ୍ନାଥ ମନ୍ଦିରକୁ ଦାନ କଲେ ୧ ଲକ୍ଷ - ମନ୍ଦିରର ପୁନରୁଦ୍ଧାର ପାଇଁ ୧ ଲକ୍ଷ ଦେଲେ ଭିକାରୁଣୀ

ପୁରୁଣା ମନ୍ଦିରର ପୁନରୁଦ୍ଧାର ପାଇଁ ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ୧ ଲକ୍ଷ ଟଙ୍କା ଦାନ କଲେ ବୃଦ୍ଧା ଭିକ୍ଷୁକ । ୪୦ ବର୍ଷ ହେବ ଭିକ୍ଷା ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ମନ୍ଦିରକୁ ଦାନ କରିବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । ଅଧିକ ପଢ଼ନ୍ତୁ

ଭିକାରୁଣୀ ବୃଦ୍ଧାଙ୍କ ବଦାନ୍ୟତା, ଜଗନ୍ନାଥ ମନ୍ଦିରକୁ ଦାନ କଲେ ୧ ଲକ୍ଷ

author img

By

Published : Dec 16, 2022, 10:10 PM IST

Updated : Dec 16, 2022, 10:38 PM IST

ଜଗା ମାୟାରେ ବାୟା ଭିକ୍ଷୁକ ବୃଦ୍ଧା, ଜଗନ୍ନାଥ ମନ୍ଦିରକୁ ଦାନ କଲେ ୧ ଲକ୍ଷ

ଫୁଲବାଣୀ: ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କଲେ ବୃଦ୍ଧା ଭିକ୍ଷୁକ । ୪୦ ବର୍ଷ ହେବ ଭିକ୍ଷା ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ସେ ପୁରୁଣା ମନ୍ଦିରର ପୁନରୁଦ୍ଧାର ପାଇଁ ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଦାନ କରିଛନ୍ତି । ଏନେଇ ତାଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଂଶାସର ସୁଅ ଛୁଟିଛି ।

ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦) ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର ପୁନରୁଦ୍ଧାର କରିବା ପାଇଁ ୧ ଲକ୍ଷ ଟଙ୍କା ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ୪୦ ବର୍ଷ ହେବ ଭିକାରୁଣୀ ଜଣକ ଫୁଲବାଣୀ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରରେ ଭିକ ମାଗି ୧ ଲକ୍ଷ ଟଙ୍କା ସଞ୍ଚୟ କରି ରଖିଥିଲେ । ପ୍ରଥମେ ଦିବ୍ୟାଙ୍ଗ ସ୍ବାମୀ ପ୍ରଫୁଲ୍ଲ ବେହେରାଙ୍କ ସହ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ଏକା ମନ୍ଦିର ଗୁଡିକରେ ଭିକ୍ଷା ମାଗୁଥିଲେ । ପରେ ବୟସ ହୋଇଯିବାରୁ ଉକିଅ ମହାକୁଡ ନାମକ ଜଣେ ବେସାହାରା ମହିଳାଙ୍କୁ ୧୦ ବର୍ଷ ତଳେ ପାଳିତ ଝିଅ କରି ରଖିଥିଲେ ତୁଳା ବେହେରା ।

ପରିଣତ ବୟସରେ ଭିକ ମାଗି ରଖିଥିବା ଟଙ୍କା ପ୍ରଭୁ ଜଗନ୍ନାଥଙ୍କ ସେବାରେ ଲାଗୁ ବୋଲି ତୁଳା ବେହେରା ଓ ପାଳିତ ଝିଅ ଚିନ୍ତା କରି ଆଜି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ସୁନାଶିର ମହାପାତ୍ରଙ୍କ ଉପସ୍ଥିତିରେ ବୃଦ୍ଧା ଭିକାରୁଣୀ ଜଣକ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ପୁରୁଣା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର କରିବା ସହ ସେଠାରେ ସାଧୁ ସନ୍ଥଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି ମନ୍ଦିର ସଭାପତି କହିଛନ୍ତି । ଏହି ସମୟରେ ମନ୍ଦିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ସମେତ ରଜତ ମହାନ୍ତି, ବିଜୟ ମହାନ୍ତି, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated : Dec 16, 2022, 10:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.