ଫୁଲବାଣୀ: ଅଟୋରୁ ୧୫୦ କେଜି ଗଞ୍ଜେଇ (Cannabis seized in kandhamal) ସହ ଜଣଙ୍କୁ ଗିରଫ କଲା ବାଲିଗୁଡା ପୋଲିସ (Baliguda Police) । କନ୍ଧମାଳ ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରୀଗାଁରୁ ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏକ ଅଟୋରୁ ଏହି ସବୁ ଗଞ୍ଜେଇକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ବାଲିଗୁଡା ଥାନା ଅଞ୍ଚଳ ମହାସିଂ ପାଙ୍ଗାର ବିଦ୍ୟାଧର ମଳିକ ।
ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଁ ବାଲିଗୁଡା ଥାନା ଏସଆଇ ସସ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସିନ୍ଦ୍ରୀଗାଁ ଅଞ୍ଚଳ ରାସ୍ତାରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଅଟୋକୁ ଯାଞ୍ଚ କରାଯାଇଥିବା ବେଳେ ସେଥିରୁ ୧୫୦ ବେଆଇନ ଗଞ୍ଜେଇ ମିଳିଥିଲା । ଏନେଇ ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବାଲିଗୁଡା ଥାନାରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ