ETV Bharat / state

ସଂଯୁକ୍ତା ଦିଗାଲଙ୍କ ପରିବାରକୁ ମିଳିଲା 30 ଲକ୍ଷର ସହାୟତା ରାଶି - ନକ୍ସଲ

ନକ୍ସଲ ଗୁଳିରେ ମୃତ୍ୟୁବରଣ କରିଥିବା ଜିଆରଏସ୍ ସଂଯୁକ୍ତା ଦିଗାଲଙ୍କ ପରିବାରକୁ ତିରିଶ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ
author img

By

Published : Jun 30, 2019, 3:39 AM IST

ଫୁଲବାଣୀ: ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାରାହାଲା ପୋଲିଙ୍ଗ୍ ବୁଥ୍ ନିକଟରେ ନକ୍ସଲ ଗୁଳିରେ ମୃତ୍ୟୁବରଣ କରିଥିଲେ ଜିଆରଏସ୍ ସଂଯୁକ୍ତା ଦିଗାଲ । ଶନିବାର ପରିବାରକୁ ତିରିଶ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ

ତେବେ ସାଧାରଣ ନିର୍ବାଚନର ପୂର୍ବଦିନ (ଅପ୍ରେଲ 17 ତାରିଖରେ) ନିର୍ବାଚନ କାର୍ଯ୍ୟରେ ବୁଥକୁ ଆସୁଥିବା ମୋବାଇଲ୍ ପୋଲିଙ୍ଗ ଗାଡି ଉପରେ ନକ୍ସଲ ଲ୍ୟାଣ୍ଡମାଇନ ବିସ୍ପୋରଣ କରିବା ସହ ଗୁଳିମାଡ କରିଥିଲେ । ଗୋଟିଏ ଗୁଳି ସଂଯୁକ୍ତାଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଯାହାକୁ ନେଇ ନିର୍ବାଚନ କମିଶନଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ତତ୍କାଳୀନ ଅତିରିକ୍ତ ନିର୍ବାଚନ ଅଧିକାରୀ ବସନ୍ତ କୁମାର ସାହୁ ସଂଯୁକ୍ତାଙ୍କ ପରିବାରକୁ 30 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହାସହ ସଂଯୁକ୍ତାଙ୍କ ସ୍ବାମୀ ଜିମେନ୍ଦ୍ରଙ୍କ ସମେତ ଭାଇ ଓ ମାଆଙ୍କୁ ସାନ୍ତ୍ବନା ମଧ୍ୟ ଦେଇଛି ପ୍ରଶାସନ । ତେବେ ଚେକ୍ ପ୍ରଦାନ ସମୟରେ ସେଠାରେ ଫିରିଙ୍ଗିଆ ବିଡିଓ ପ୍ରବୀଣ କୁମାର ବାଣୁଆ,ତହସିଲଦାର ସୁଶ୍ରୀ ପୁନମ ଓ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ, ମାଓ ଆକ୍ରମଣ ପରେ ଜିଆରଏସ ସଂଘ ତିରିଶ ଲକ୍ଷ ଟଙ୍କା ସହ କ୍ଷତିପୂରଣ ସହିତ ପରିବାରକୁ ଥଇଥାନ ଦାବି କରିଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଆଙ୍କର- କଟକରେ ଭୟଙ୍କର ହେଉଛି କାମଳ।ଦିନକୁ ଦିନ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା।ଗୋଟିଏ ପରେ ଗୋଟିଏ ସାହିକୁ ଜଣ୍ଡିସ ବ୍ୟାପିବାରୁ ଆତଙ୍କିତ ସହରବାସୀ। ସୁତାହାଟ, ପଟାପୋଲ ଅଞ୍ଚଳରେ ପାଖାପାଖି 60 ରୁ ଅଧିକ ଲୋକ ଆକ୍ରାନ୍ତିତ ହେଲେଣି।ତେବେ ଦୂଷିତ ପାଣି ଯୋଗୁଁ ଜଣ୍ଡିସ ବ୍ୟାପିବାରେ ଲାଗିଥିବାବେଳେ ବେଫିକର ଜିଲ୍ଲାପ୍ରଶାସନ। ଜଣ୍ଡିସ ଆକ୍ରାନ୍ତିତ ଅଞ୍ଚଳରେ ଅନେକ ପାଣି ପାଇପ ନାଳ ଭିତରେ।ତେବେ ଏସବୁ ଦେଖି ପ୍ରଶାସନ ସତେ ଯେପରି ନ ଦେଖିଲାପରି ମନେ ହେଉଛି।ନାଳ ସଫା ତ ଦୂରର କଥା, ଶୁଦ୍ଧ ପିଇବା ପାଣି ମୁନ୍ଦେ ପହଞ୍ଚାଇ ନାହିଁ ଜିଲ୍ଲା ପ୍ରଶାସନ କିମ୍ବା କଟକ ମହାନଗର ନିଗମ।

ବାଇଟ - ସେକ ସାକୁ,ସ୍ଥାନୀୟ ବାସିନ୍ଦା।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.