ETV Bharat / state

ଘାଟିରୁ 50 ଫୁଟ ତଳକୁ ଖସିଲା କାର: 3 ମୃତ, 2 ଗୁରୁତର

author img

By

Published : Jan 4, 2022, 5:52 PM IST

Updated : Jan 4, 2022, 7:02 PM IST

କନ୍ଧମାଳ ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରୁ ୫୦ ଫୁଟ ତଳକୁ ଖସିଲା କାର । ୩ ମୃତ, ଦୁଇ ଗୁରୁତର । ଅଧିକ ପଢନ୍ତୁ

କନ୍ଧମାଳ କରଡା ଘାଟିରେ ଓଲଟିଲା କାର 3 ମୃତ, 2 ଗୁରୁତର

ଫୁଲବାଣୀ: କରଡା ଘାଟିରେ ଓଲଟିଲା କାର ୩ ମୃତ, ୨ ଗୁରୁତର । କନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ମଙ୍ଗଳବାର ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟିରୁ ୫୦ ଫୁଟ ତଳକୁ ଖସି ପଡିବା ଫଳରେ 3 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 2ଜଣ ଗୁରୁତର ସମେତ 6 ଜଣ ଆହତ ହୋଇଛନ୍ତି ।

ଘାଟିରୁ 50 ଫୁଟ ତଳକୁ ଖସିଲା କାର: 3 ମୃତ, 2 ଗୁରୁତର

ସୂଚନାଅନୁଯାୟୀ ରାଇକିଆ ଅଞ୍ଚଳର ୯ ଜଣ ଯୁବକ ଏକ ଜାଇଲୋ କାର ନମ୍ବର କାର OR ୧୯ K ୫୬୫୧ ରେ ଯୋଗେ ପିକନିକ ପାଇଁ ବାହାରିଥିଲେ। ସେମାନେ ଦାନ୍ତଲିଙ୍କ ଅଞ୍ଚଳକୁ ଯିବା ବେଳେ କରଡା ଘାଟି ନିକଟରେ କାର ଭୟଙ୍କର ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ତୁରନ୍ତ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l

୨ ଜଣ ଗୁରୁତରଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗାଡିଟି ପ୍ରାୟ ୫୦ ଫୁଟ ତଳକୁ ଖସିଯାଇଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Jan 4, 2022, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.