ETV Bharat / state

ଫିରିଙ୍ଗିଆରେ 2.5 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ନଷ୍ଟ

ଫିରିଙ୍ଗିଆ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ ବେଳେ 260 ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇକୁ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ଅଢେଇ କୋଟିରୁ ଅଧିକ ହେବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Nov 5, 2019, 9:55 PM IST

କନ୍ଧମାଳ: ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ବେଳେ ଏହାକୁ ରୋକିବାକୁ ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଏହିକ୍ରମରେ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛି। ବେଆଇନ୍ ଭାବେ ଚାଷ ହୋଇଥିବା 260 ଏକର ଜମିରେ ଗଞ୍ଜେଇକୁ ନଷ୍ଟ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ଅଢେଇ କୋଟିରୁ ଅଧିକ ହେବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏତତବ୍ୟତୀତ ଫିରିଙ୍ଗିଆ ଥାନାର ଗୋହିବେରନା, କାଟାଡାମା, ତିଲକପଡି ଆଦି ଗାଁ ଓ ନିକଟବର୍ତ୍ତୀ ଜଙ୍ଗଲରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ଉଭୟ ଟିମ୍। ଆଗକୁ ଏହି ଚଢାଉ ଜାରି ରହିବା ନେଇ ଜଣାପଡିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ପୋଲିସ୍ ଚଢାଉ କରି ବେଆଇନ୍ ଭାବେ 260 ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ନଷ୍ଟ କରିଛି । ପୋଲିସ୍ ସହିତ ଅବକାରୀ ବିଭାଗ ମିଳିତ ଟିମ୍ ଚଢାଉ କରିଥିଲେ। ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ଅଢେଇ କୋଟିରୁ ଅଧିକ ହେବ।Body:ଫିରିଙ୍ଗିଆ ଥାନାର ଗୋହିବେରନା,କାଟାଡାମା,ତିଲକପଡି ପ୍ରଭୃତି ଗାଁ ଓ ନିକଟବର୍ତ୍ତୀ ଜଙ୍ଗଲରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ମିଳିତ ଟିମ୍। Conclusion:ଏପରି ଚଢାଉ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.