ETV Bharat / state

ବାପାକୁ ବଳି ଉଦ୍ୟମ ଘଟଣା: ପୁଅ-ତାନ୍ତ୍ରିକକୁ କୋର୍ଟ ଚାଲାଣ କଲା ପୋଲିସ

author img

By

Published : May 2, 2022, 6:33 AM IST

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବେଳପଡାର ଅନ୍ଧବିଶ୍ବାସର ସୀମା ଉଲଙ୍ଘନ । ଗୁପ୍ତଧନ ପାଇବା ଆଶାରେ ବାପାକୁ ପୁଅ ବଳି ଦେବାକୁ ଉଦ୍ୟମ କରୁଥିଲା । ତେବେ ପୁଅ ଓ ତାନ୍ତ୍ରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ବାପାକୁ ପୁଅ ବଳି ଉଦ୍ୟମ ଘଟଣାରେ ପୁଆ ଓ ତାନ୍ତ୍ରିକ କୋର୍ଟ ଚାଲାଣ

ଭବାନୀପାଟଣା: ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ବାସ ରହିଛି । ଗୁପ୍ତଧନ ପାଇବା ଆଶାରେ ପୁଅ ନିଜ ବୃଦ୍ଧ ବାପାଙ୍କୁ ବଳିଦେବାକୁ ଉଦ୍ୟମ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବେଳପଡାର ବଳଦେବ ଭୋଇଙ୍କ ପୁଅ ଲିଙ୍ଗରାଜ ଭୋଇ ଗୁପ୍ତଧନ ପାଇବା ଆଶାରେ ରାଜପୁର ଗାଁର ଚିତ୍ରସେନ ରଣା ନାମକ ଜଣେ ତାନ୍ତ୍ରିକଙ୍କ ସହାୟତାରେ ଶୁକ୍ରବାର ତାଙ୍କ ବାପାଙ୍କୁ ନୂଆ ଲୁଗା ପିନ୍ଧାଇ ବେକରେ ଫୁଲମାଳ ପକାଇ ବଳିଦେବାକୁ ଉଦ୍ୟମ କରୁଥିଲେ । ତେବେ ଏହି ଘଟଣାରେ ପୁଅ ଓ ତାନ୍ତ୍ରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେଠାରେ ଉଭୟଙ୍କ ବେଲ ନାମଞ୍ଜୁର ହେବାରୁ ଉଭୟ ପୁଅ ଓ ତାନ୍ତ୍ରିକକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.