ETV Bharat / state

ପ୍ରେମିକାଠୁ ଖାଇଲେ ଧୋକା, ହାତକାଟି ଯୁବକଙ୍କ ଆତ୍ମହତ୍ୟା - ଝୁଲନ୍ତା ମୃତଦେହ

କଳାହାଣ୍ଡିରେ ପ୍ରେମିକାଠୁ ଧୋକା ଖାଇବା ପରେ ଜୀବନ ହାରିଲେ ଯୁବକ । ଆଉ ହ୍ବାଟ୍ସଆପ ଷ୍ଟାଟସରେ ଲେଖିଲେ କିଛି ଏମିତି । ଅଧିକ ପଢନ୍ତୁ

ହାତକାଟି ଯୁବକଙ୍କ ଆତ୍ମହତ୍ୟା
ହାତକାଟି ଯୁବକଙ୍କ ଆତ୍ମହତ୍ୟା
author img

By

Published : Apr 29, 2023, 10:21 PM IST

Updated : Apr 30, 2023, 5:53 PM IST

ପ୍ରେମିକାଠୁ ଖାଇଲେ ଧୋକା, ହାତକାଟି ଯୁବକଙ୍କ ଆତ୍ମହତ୍ୟା

ଭବାନୀପାଟଣା: ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ । ସ୍ନେହ ଓ ବିଶ୍ବାସର ପ୍ରତୀକ ହେଉଛି ପ୍ରେମ । ହେଲେ ବର୍ତ୍ତମାନର ଯୁବପୀଢ଼ିଙ୍କ ପାଇଁ ପ୍ରେମର ସଂଜ୍ଞା ବଦଳି ଯାଇଛି । ପ୍ରେମ କିଏ ସଫଳ ହୋଇ ଜୀବନ ଜିଉଁଛି ତ ପୁଣି ଆଉ କିଏ ପ୍ରେମରେ ବିଫଳ ହେବା ପରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।

ପ୍ରେମରେ ଧୋକା ଖାଇବା ପରେ ହ୍ବାଟ୍ସଆପରେ ଷ୍ଟାଟସ ଦେଇ ଯୁବକ ଜଣକ କରିଛନ୍ତି ଆତ୍ମହତ୍ୟା। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ଧର୍ମଗଡ ଥାନା ଅନ୍ତର୍ଗତ ଅଏଁଲାଜୋର ଗାଁର ହିମାଂଶୁ ଭଇଁସାଲ ଓ ସେହି ଅଞ୍ଚଳର ପିଙ୍କି ନାମକ ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୀର୍ଘ ବର୍ଷ ଧରି ଉଭୟ ସମ୍ପର୍କରେ ରହିଥିବା ବେଳେ କୌଣସି କାରଣରୁ ଉଭୟ ଅଲଗା ହୋଇଯାଇଥିଲେ। ପ୍ରେମରେ ଧୋକା ଖାଇବା ପରେ ଗତ ବିଳମ୍ବିତ ରାତିରେ ପ୍ରେମିକ ଜଣକ ନିଜ ହାତ କାଟି ଦେଇଥିଲେ ।

ଏହା ବି ପଢନ୍ତୁ- ଫିଟୁଛି ନକଲି ବାବା ଗୁମର, ଘରୁ ଅତୃପ୍ତ ଆତ୍ମା କାଢ଼ିବା ନାଁରେ ଲୁଟିଛି ଲକ୍ଷ ଲକ୍ଷ ଟଙ୍କା

ହାତ କାଟି ଝିଅର ନାଁ ଲେଖିଥିବା ବେଳେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କୁ ଧୋକା ଦେଇଥିବା ସେ ନିଜ WhatsApp ଷ୍ଟାଟସ ଦେଇଥିଲେ। ଏହାସହ ସେହି ଝିଅ ବିନା ସେ ବଞ୍ଚିପାରିବେ ନାହିଁ ଓ ସେ ଝିଅ ତାଙ୍କୁ ବର୍ବାଦ କରି ଦେଇଥିବା ବେଳେ ତାଙ୍କ ମୃତ୍ୟ ପାଇଁ କେହି ନୁହେଁ ବରଂ ସେ ଧୋକା ସହି ନ ପାରି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିବା ନିଜ ଫୋନ ଷ୍ଟାଟସରେ ଉଲ୍ଲେଖ କରିଛନ୍ତି। ଆଜି ପ୍ରେମରେ ଧୋକା ଖାଇଥିବା ଯୁବକଙ୍କ ଝୁଲନ୍ତା ମୃତଦେହ କୋକସରା ଥାନା ଅନ୍ତର୍ଗତ ଭାଲୁଛୁଆଁ ଗାଁ ମୁଣ୍ଡରେ ଠାବ ହୋଇଛି ।

ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଳଟିଥିବା ବେଳେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଇଛି।

ଇଟିଭି ଭାରତ, କଳାହାଣ୍ଡି

Last Updated : Apr 30, 2023, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.