ଭବାନୀପାଟଣା: ମହାଲିଙ୍ଗ ଶିକ୍ଷୟିତ୍ରୀ ହତ୍ୟା ଘଟଣାରେ ତାତିଲା କଳାହାଣ୍ଡି ଯୁବ କଂଗ୍ରେସ । ଭବାନୀପାଟଣା ଠାରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ କଲା ଦଳ । ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଫୋପାଡିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଗର୍ଜିଛି ଯୁବ କଂଗ୍ରେସ ।
ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯାଇଥିଲା । ଯୁବ କଂଗ୍ରେସ ଶୋଭାଯାତ୍ରାରେ ଭବାନୀପାଟଣା ସହର ପରିକ୍ରମା କରି ପରେ ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲା ଏବଂ ଅଣ୍ଡା ମାଡ଼ କରିଥିଲା ।
ମମିତା ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ସାରା ରାଜ୍ୟରେ ଜୋରଦାର ଚାଲିଛି ବିକ୍ଷୋଭ ପ୍ରଦର୍ଶନ । ସବୁଠି କେବଳ ଗୋଟିଏ ଦାବି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ସରକାର । ଯଦି ମନ୍ତ୍ରୀଙ୍କୁ ବହିଷ୍କାର କରାନଯାଏ ତେବେ ଆନ୍ଦୋଳନ ଆଗକୁ ଆହୁରି ଉଗ୍ରରୂପ ନେବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ