ETV Bharat / state

ଶିଶୁ ଯୌନ ଉତ୍ପୀଡନ ରୋକିବା ନେଇ ୩ ଦିନିଆ ଜାତୀୟ କର୍ମଶାଳା - Workshops prevent child sexual abuse

ଶିଶୁଙ୍କ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ରୋକିବା ଦିଗରେ ପୁରୀରେ ଆରମ୍ଭ ହୋଇଛି ୩ ଦିନିଆ ଜାତୀୟ କର୍ମଶାଳା । ଏହି କର୍ମଶାଳାରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିନିଧି ଓ ଶିଶୁ ସୁରକ୍ଷା ଅଧିକାରୀ ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

ଶିଶୁ ଯୌନ ଉତ୍ପୀଡନ ରୋକିବା ନେଇ କର୍ମଶାଳା
ଶିଶୁ ଯୌନ ଉତ୍ପୀଡନ ରୋକିବା ନେଇ କର୍ମଶାଳା
author img

By

Published : Mar 13, 2021, 10:25 PM IST

ପୁରୀ: ଶିଶୁଙ୍କ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ରୋକିବା ଦିଗରେ ପୁରୀରେ ଆରମ୍ଭ ହୋଇଛି ୩ ଦିନିଆ ଜାତୀୟ କର୍ମଶାଳା । ଏହି କର୍ମଶାଳାରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିନିଧି ଓ ଶିଶୁ ସୁରକ୍ଷା ଅଧିକାରୀ ଅଂଶଗ୍ରହଣ କରିଥିଲେ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଡି.ପି ଚୌଧୁରୀ, ଏନସିପିସିଆରର ସଦସ୍ୟ ଜସୱନ୍ତ ଜୈନ୍, ରାଜ୍ୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଶିଶୁ ଯୌନ ଉତ୍ପୀଡନ ରୋକିବା ନେଇ କର୍ମଶାଳା

ତେବେ ଦିନକୁ ଦିନ ରାଜ୍ୟ ତଥା ଦେଶରେ ଶିଶୁଙ୍କ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ହାର ବୃଦ୍ଧି ପାଇବାରେ ଲାଗିଛି । ତେଣୁ, ଏହା ଉପରେ କିଭଳି ରୋକ ଲଗାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ସେପଟେ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ସ୍ବତନ୍ତ୍ର ଥାନା ସ୍ଥାପନ କରନ୍ତୁ ବୋଲି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କୁ ଅନୁରୋଧ କରିଛନ୍ତି । ସେହିପରି ସମାଜ ପ୍ରତେକ ବ୍ୟକ୍ତି ଶିଶୁଙ୍କ ସୁରକ୍ଷା ଦାୟିତ୍ୱ ନେଲେ ଏହି ନିର୍ଯ୍ୟାତନାକୁ ରୋକିହେବ ବୋଲି ମତ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.