ETV Bharat / state

ନକଲି ଗହଣା ଦେଖାଇ ଅସଲି ଲୁଟିନେଲେ, ୧୨ମହିଳା ଅଟକ

ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି କି । ଆପଣ ବି ଲୁଟର ଶିକାର ହୋଇପାରନ୍ତି । ଲୁଟ କରିପାରନ୍ତି ମହିଳା । ଏଭଳି ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦଫାସ କରିଛି ଜିଆରପି ପୋଲିସ । ଏହି ଟିମରେ ଅଛନ୍ତି 12 ରୁ ଊର୍ଦ୍ଧ୍ବ ମହିଳା ଲୁଟେରା । ଅଧିକ ପଢନ୍ତୁ...

author img

By

Published : Oct 13, 2019, 9:14 PM IST

Updated : Oct 14, 2019, 1:12 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜିଲ୍ଲା କେସିଙ୍ଗା ରେଲଓ୍ବେ ଷ୍ଟେସନରେ ଶନିବାର ସକାଳ ୧୧ ଟା ସମୟରେ ତପସ୍ବିନୀ ଏକ୍ସପ୍ରେସରେ ବଲାଙ୍ଗୀରରୁ ଆସୁଥିବା କିଛି ମହିଳା ଯାତ୍ରୀ ଲୁଟେରାଙ୍କ ଶିକାର ହୋଇଥିଲେ । ମହିଳା ଜଣକୁ ପାଖାପଖି ୪ ରୁ ୫ ମହିଳା ଘେରି ବସିଥିବା ବେଳେ ଦୁଇ ଜଣ ମହିଳା ସୌଖୀନ ଗହଣା ବିକ୍ରୀ ପାଇଁ ଦେଖାଇଥିଲେ । ଦଳର ଅନ୍ୟ ସଦସ୍ୟ ମଧ୍ୟ ଯାତ୍ରୀ ଭାବେ ଗହଣା ଦେଖୁଥିବାରୁ ମହିଳା ଯାତ୍ରୀ ମଧ୍ୟ ବିକ୍ରୀ ସାମଗ୍ରୀ ପରଖିଥିଲେ । ଠିକ ଏହି ସମୟ ଅସାବଧାନତା ଯୋଗୁଁ ଟ୍ରେନରେ ଯାତ୍ରା କରୁଥିବା ମହିଳା ଲୁଟେରା ତାଙ୍କ ଗହଣା ବ୍ୟାଗକୁ ଲୁଟ କରି ଚମ୍ପଟ ମାରିଥିଲେ ।

ନକଲି ଗହଣା ଦେଖାଇ ଅସଲି ଲୁଟିନେଲେ, ୧୨ମହିଳା ଲୁଟେରା ଅଟକ

ମହିଳା ଯାତ୍ରୀ ହଠାତ ବ୍ୟାଗ ଲୁଟ ବିଷୟରେ ଜାଣିପାରି ଟ୍ରେନରେ ଡ୍ୟୁଟି କରୁଥିବା ଆରପିଏଫ ଯବାନଙ୍କୁ ଖବର ଦେଇଥିଲେ । ପରେ ଏହି ମହିଳାଙ୍କୁ କାବୁ କରିଥିଲେ ଯବାନ । ପ୍ରାୟ ୧୨ ମହିଳା ଲୁଟେରା ମହିଳାଙ୍କ ସମର୍ଥନରେ ଆରପିଏଫ ପୋଲିସ ସହ ଯୁକ୍ତି ଆରମ୍ଭ କରିଥିଲେ । ଏହି ସମସ୍ତ ମହିଳାଙ୍କୁ ସନ୍ଦେହରେ ଅଟକ ରଖିଛି ପୋଲିସ ।

ସମସ୍ତେ ମହାରାଷ୍ଟ୍ରର ହୋଇଥିବା ବେଳେ ସାଥିରେ ଦୁଇ ଶିଶୁ ମଧ୍ୟ ରହିଛନ୍ତି । କିନ୍ତୁ ଲୁଟର ଶିକାର ହୋଇଥିବା ମହିଳା ତାଙ୍କ ସାମଗ୍ରୀ ଫେରି ପାଇଛନ୍ତି । ରେଲଓ୍ବେ ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ୧୨ ମହିଳା ଲୁଟେରା ଦଳ ଆନ୍ତଃ ରାଜ୍ୟ ପେସାଦାର ଲୁଟେରା ବୋଲି ଆଶଙ୍କା କରାଯାଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:୧୨ ମହିଳା ଟ୍ରେନ ଲୁଟେରା ଆଟକ ।

ଆପଣ ଟ୍ରେନ ରେ ଯାତ୍ରା କରୁଛନ୍ତି କି । ଆପଣ ବି ଲୁଟେରା ର ଟାର୍ଗେଟ ହୋଇ ପାରନ୍ତି । ଏହି ଲୁଟେରା ଦଳ ର ସମସ୍ତ ସଦସ୍ୟ ମହିଳା । ଯାହାଙ୍କ ସାଗଂ ରେ ଶିଶୁ ବି ଅଛନ୍ତି । ଆପଣ ଲୁଟ ର ଟେର ବି ପାଇ ପାରିବେ ନାହିଁ । Body:ଏହି ଦଳ ରେ ଅଛନ୍ତି ୧୦ ରୁ ଉର୍ଦ୍ଦ ଲୁଟେରା ଯିଏ ଆଖିପିଛୁଳା ରେ ଆପଣ ଙ୍କ ଠାରୁ ଲୁଟ କରି ଦଳ ସଦସ୍ୟ ମାଧ୍ୟମ ରେ ସାମଗ୍ରୀ ପାର କରି ଦିଆନ୍ତି । ଏଭଳି ଏକ ୧୨ ଜଣିଆ ମହିଳା ଟ୍ରେନ ଲୁଟେରା ଦଳ କୁ କେସିଗାଂ ଷ୍ଟେସନ ରୁ ଜିଆରପି ପୋଲିସ କାବୁ କରିଛି ।କଳାହାଣ୍ଡି ଜିଲ୍ଲା କେସିଗାଂ ରେଲେଓ ଷ୍ଟେସନ ରେ ଆଜି ସକାଳ ୧୧ ଟା ସମୟ ରେ ତପସ୍ୱୀନୀ ଏକ୍ସପ୍ରେସ ରେ ବଲାଗୀଂର ରୁ ଆସୁଥିବା ମହିଳା ଯାତ୍ରୀ ଲୁଟେରା ଦଳ ର ଟାର୍ଗେଟ ହୋଇଥିଲେ । ମହିଳା ଜଣକୁ ପାଖାପଖି ୪ ରୁ ୫ ମହିଳା ଘେରି ବସିଥିବା ବେଳେ ଦୁଇ ଜଣ ମହିଳା ସୌଖୀନ ଗହଣା ବିକ୍ରୀ ପାଇଁ ଦେଖାଇଥିଲେ । ଦଳ ର ଅନ୍ୟ ସଦସ୍ୟ ମଧ୍ୟ ଯାତ୍ରୀ ଭାବେ ଗହଣା ଦେଖୁଥିବାରୁ ମହିଳା ଯାତ୍ରୀ ମଧ୍ୟ ବିକ୍ରୀ ସାମଗ୍ରୀ ପରଖିଥିଲେ । ଠିକ ଏହି ସମୟ ରେ ଲୁଟ ଶୀକାର ମହିଳା ଙ୍କ ଅନ୍ୟମନସ୍କତା ଯୋଗୁଁ ଯାତ୍ରୀ ଭାବେ ଯାତ୍ରା କରୁଥିବା ମହିଳା ଲୁଟେରା ତାଙ୍କ ଗହଣା ଭେନଟି ବ୍ୟାଗ କୁ ଲୁଟ କରି କେସିଗାଂ ଷ୍ଟେସନ ରେ ଓଲ୍ଲାଇ ଫେରାର ମାରିଥିଲେ । ମହିଳା ଯାତ୍ରୀ ହଠାତ ବ୍ୟାଗ ଲୁଟ ଜାଣି ପାରି ଚି କରିବାରୁ ଟ୍ରେନ ରେ ଡ୍ୟୁଟି କରୁଥିବା ଆରପିଏଫ ଯବାନ ଏହି ମହିଳା ଙ୍କୁ କାବୁ କରିଥିଲେ ଏବଂ ଦେଖୁ ଦେଖୁ ପ୍ରାୟ ୧୨ ମହିଳା ଲୁଟେରା ମହିଳା ଙ୍କ ସମର୍ଥନ ରେ ଆରପିଏଫ ପୋଲିସ ସହ ଯୁକ୍ତି ଆରମ୍ଭ କରିଥିଲେ । ଯାହାର ଲୁଟେରା ଦଳ କୁ ସନ୍ଦେହ ପରିସରଭୁକ୍ତ କରିଥିଲା । ବର୍ତମାନ ୧୨ ମହିଳା ଓ ତାଙ୍କ ସହ ଥିବା ଦୁଇ ଶିଶୁ କେସିଗାଂ ଷ୍ଟେସନ ରେ ଅଟକ ରହିଥିବା ବେଳେ ଟିଟଲାଗଡ ଆରପିଏଫ ପୋଲିସ ର ଆପେକ୍ଷା କରାଯାଉଛି । ମହିଳା ମନେ ମହାରାଷ୍ଟ୍ର ଆଚଂଳ ର ବୋଲି ସନ୍ଦେହ କରାଯାଉଛି । Conclusion:ହେଲେ ଲୁଟ ସାମଗ୍ରୀ ମହିଳା ଯାତ୍ରୀ ଫେରି ପାଇଛନ୍ତି ।ରେଲେଓ ପୋଲିସ ମାମଲା ର ତଦନ୍ତ କରୁଥିବା ବେଳେ ୧୨ ମହିଳା ଲୁଟେରା ଦଳ ଆନ୍ତଃ ରାଜ୍ୟ ପେସାଦାର ଲୁଟେରା ବୋଲି ଆଶଙ୍କା କରାଯାଉଛି । ଏମାନେ ସଂଘବଦ୍ଦ ଭାବେ ଯାତ୍ରୀ ଙ୍କୁ ଟାର୍ଗେଟ କରିଥାନ୍ତି । ତାଙ୍କ ସହ ଶିଶୁ ରହୁଥିବାରୁ ସାଧାରଣ ଯାତ୍ରୀ ଭାବେ ଲୋକେ ବିଶ୍ୱାସ କରୁଥିବା ବେଳେ ସେମାନେ ଲୁଟ ର ବ୍ଲୁପ୍ରିନଟ ପ୍ରସ୍ତୁତ କରିଥାନ୍ତି ।
ବାଇଟ-ସୁବାଷ ପଟେଲ(ଆରପିଏଫ କର୍ମଚାରୀ)
ବାଇଟ-କଳ୍ପନା ମିଶ୍ର(ଲୁଟେରାଙ୍କ ଶିକାର ହୋଇଥିବା ମହିଳା)
Last Updated : Oct 14, 2019, 1:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.