ETV Bharat / state

କାନ୍ଥ ଭୁଷୁଡି ଶାଶୂ ମୃତ, ବୋହୂ ଗୁରୁତର

କାନ୍ଥ ଭୁଷୁଡି ପଡିବାରୁ ଅର୍କାବାହାଳିପଡାରେ ଶାଶୂ ମୃତ୍ୟୁବରଣ କରିଥିବା ବେଳେ ବୋହୂ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Aug 12, 2019, 8:07 PM IST

କଳାହାଣ୍ଡି: ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଭୁଷୁଡିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଭବାନୀପାଟଣାର ଅର୍କାବାହାଳିପଡାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ଶାଶୂ ହୋଇଥିବା ବେଳେ ଗୁରୁତର ଆହତ ଜଣକ ତାଙ୍କ ବୋହୂ ହୋଇଥିବା ଜଣାପଡିଛି । ବୋହୂଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଅର୍କାବାହାଳିପଡାରେ ଶାଶୁ ରାଣୀମତୀ ସିଂ ଓ ବୋହୂ ଯୋଶବନ୍ତୀ ସିଂ ରୋଷେଇ କରୁଥିବା ବେଳେ ହଠାତ୍‌ ରୋଷେଇ ଘର ଭୁଷୁଡି ପଡିଥିଲା । ସ୍ଥାନୀୟ ଲୋକେ ଦୁଇଜଣଙ୍କୁ କାନ୍ଥ ତଳୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ରାଣୀମତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିଭଳି ଯୋଶବନ୍ତୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ସ୍ଲଗ-କାନ୍ଥ ଭୁଷୁଡି ଶାଶୁ ମୃତ, ବୋହୁ ଗୁରୁତର ।
ରିପୋର୍ଟର-ଅଜିତ ସିଂ
ସ୍ଥାନ-କଳାହାଣ୍ଡି
ଫର୍ମାଟ-ଏଭିବି
ଏଙ୍କର-ଲଗାଣ ବର୍ଷା ରେ ଘର ର ମାଟି କାନ୍ଥ ଭୁଷୁଡିବାରୁ ଭବାନୀପାଟଣା ଅର୍କାବାହାଳି ପଡା ରେ ବୃଦ୍ଧା ଶାଶୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି । Body:ମୃତକ ୭୦ ବର୍ଷିୟ ଶାଶୁ ରାଣୀମତୀ ସିଂ ଓ ଗୁରୁତର ଯୋଶବନ୍ତୀ ସିଂ ରୋଷେଇ କରୁଥିବା ବେଳେ ରୋଷେଇ ଘର ଭୁଷୁଡି ପଡିଥିଲା । ଘରେ ଅନ୍ୟ ଦୁଇ ଜଣ ପୁରୁଷ କାନ୍ଥ ତଳୁ ଦୁଇ ଜଣ ଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ।Conclusion:ରାଣୀମତୀ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଯୋଶବନ୍ତୀ ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ବାଇଟ-ଶ୍ୟାମ ସିଂ (ମୃତକ ଙ୍କ ସମ୍ପର୍କୀୟ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.