ETV Bharat / state

ବିଜେପି ଗଡ଼ର ଗାଦି ସମ୍ଭାଳିବ ବିଜେଡି!

author img

By

Published : Feb 28, 2022, 5:20 PM IST

ବିଜେପି ଗଡ଼ରେ ପରିଷଦ ଗଢ଼ିବ ବିଜେଡି। କଳାହାଣ୍ଡି ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ୨୩ଟି ସିଟ ଦଖଲ କରିଛି ବିଜେଡି। ଯାହା ବିଜେଡିର ପରିଷଦ ଗଠନ କରିବା ପାଇଁ ବାଟ ଖୋଲିଛି । ଅଧିକ ପଢ଼ନ୍ତୁ

vote counting of panchayat election in kalahandi
ବିଜେପି ଗଡ଼ର ଗାଦି ସମ୍ଭାଳିବ ବିଜେଡି!

ଭବାନୀପାଟଣା: ବିଜେପି ଗଡ଼ରେ ପରିଷଦ ଗଢ଼ିବ ବିଜେଡି। କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା। ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ୨୩ଟି ସିଟ ଦଖଲ କରିଛି ବିଜେଡି। ଯାହା ବିଜେଡିର ପରିଷଦ ଗଠନ କରିବା ପାଇଁ ବାଟ ଖୋଲିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ୩୩ଟି ଜୋନ ଦଖଲ କରି ପରିଷଦ ଗଠନ କରିବାରେ ସଫଳ ହୋଇଥିଲା। ହେଲେ ଚଳିତ ପଞ୍ଚାୟତ ନିର୍ବାଚନର ଦିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ବିଜେପି ଦୁଇଟି ଜୋନ ଦଖଲ କରି ଧରାଶାୟୀ ହୋଇଛି ।

ବିଜେପି ଗଡ଼ର ଗାଦି ସମ୍ଭାଳିବ ବିଜେଡି!

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳ ଆସ୍ଥାଭାଜନ ହେବାରେ ସଫଳ ହୋଇଥିବାବେଳେ ବିରୋଧୀଙ୍କ ବିରୋଧ ସତ୍ତ୍ବେ ମଧ୍ୟ ଜିଲ୍ଲାରେ କ୍ଲିନସୁଇପ ଆଡକୁ ମୁହାଁଇଛି ବିଜେଡି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୩ଟି ଜୋନରୁ ବିଜେଡି ୧୧ଟି ଜୋନରେ ବାଜିମାତ କରିଛି। ସେପଟେ ବିଜେପି ଭବାନୀପାଟଣା ଓ ଜୟପାଟଣା ଜୋନ୧କୁ ଦଖଲ କରିବାରେ ସଫଳ ହୋଇଛି। କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଖାତା ଖୋଲି ପାରିନଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟାରେ ଗୋଟିଏ ସିଟ ଦଖଲ କରିଛି। ଦିତୀୟ ପର୍ଯ୍ୟାୟ ଗଣତିରେ ଜିଲ୍ଲାର ଜୁନାଗଡ଼ ଜୋନରେ ବିଜେଡି ପ୍ରାର୍ଥୀ ଶାମୁକା ରାଣୀ କୁମାର ୧୨୮୭୪ଟି ଭୋଟରେ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ଠାରୁ ୪୮୩୮ ଭୋଟ ବ୍ୟବଧାନରେ ସେ ଜୋନ ଦାଖଲ କରିଛନ୍ତି। ଗୋଳାମୁଣ୍ଡା ଜୋନରେ ମଧ୍ୟ ବିଜେଡି ପ୍ରାର୍ଥୀ ସରିତା ମାଝୀ ୧୧୨୬୫ ଟି ଭୋଟ ପାଇ ବିଜେପି ଠାରୁ ୧୭୪୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମଦନପୁର ରାମପୁର ଜୋନର ବିଜେଡି ପ୍ରାର୍ଥୀ ମଞ୍ଜୁଲତା ଧରୁଆ ୧୨୩୩୨ଟି ଭୋଟ ପାଇ ବିଜେପି ଠାରୁ ୭୦୧୯ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସେହିପରି ନର୍ଲା ଜୋନରେ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ୧୨୨୧୯ ଭୋଟରେ କଂଗ୍ରେସ ଠାରୁ ୫୩୧୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ କର୍ଲାମୁଣ୍ଡା ଜୋନରେ ଗୋଟିଏ ସିଟ ଦଖଲ କରିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ୭୩୧୦ ଭୋଟରେ ବିଜେପି ଠାରୁ ୨୧୧୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେପଟେ ଲାଞ୍ଜିଗଡ଼ ଜୋନର ବିଜେଡି ପ୍ରାର୍ଥୀ ପରୀକ୍ଷିତ ନାଏକ ୧୦୫୦୧ ଭୋଟ ପାଇ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ଠାରୁ ୨୫୪୪ ଭୋଟ ବ୍ୟବଧାନରେ ଜୋନ ହାତେଇଛନ୍ତି। ଥୁଆମୂଳ ରାମପୁର ଜୋନର ବିଜେଡି ପ୍ରାର୍ଥୀ ଟୁନି ଖୋସଲା ୧୩୧୯୬ ଭୋଟରେ କଂଗ୍ରେସ ଠାରୁ ୭୫୪୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜୟପାଟଣା ଜୋନରେ ବିଜେଡି ପ୍ରାର୍ଥୀ ଦେବ ପୁଝାରୀ ୧୧୭୦୨ ଭୋଟରେ କଂଗ୍ରେସ ଠାରୁ ୪୯୭୦ ଭୋଟ ପାଇ ବିଜୟୀ ହୋଇଛନ୍ତି।

ସେହିଭଳି ଧର୍ମଗଡ଼ ଜୋନର ବିଜେଡି ପ୍ରାର୍ଥୀ ଶଙ୍କର ପ୍ରସାଦ ଜୁଆଡ ୧୩୧୯୭ ଭୋଟ ବ୍ୟବଧାନରେ ବିଜେପି ଠାରୁ ୬୪୪୮ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ କୋକସରା ଜୋନରେ ବିଜେଡି ପ୍ରାର୍ଥୀ ତ୍ରିନାଥ ବାଗ ୧୧୫୧୭ ଟି ଭୋଟ ପାଇ ବିଜେପି ଠାରୁ ୩୬୨୨ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କଲମପୁର ଜୋନର ବିଜେଡି ପ୍ରାର୍ଥୀ ନିବେଦିତା ହଂସ ୭୬୩୦ ଟି ଭୋଟ ପାଇ ନିଜ ନିକଟତମ ପ୍ରତିଦ୍ବନ୍ଦି ବିଜେପି ଠାରୁ ୧୮୩୮ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ କେସିଙ୍ଗା ଜୋନରେ ବିଜେଡି ପ୍ରାର୍ଥୀ ନରୋତ୍ତମ ଭାଟି ୧୪୦୭୫ ଟି ଭୋଟ ପାଇ କଂଗ୍ରେସ ଠାରୁ ୯୯୬୬ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଭବାନୀପାଟଣା ଜୋନର ବିଜେଡି ପ୍ରାର୍ଥୀ ଦୟାନିଧି ନାଏକ ୧୦୭୫୫ ଟି ଭୋଟରେ ବିଜେପି ଠାରୁ ୨୮୦୪ ଟି ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଫଳରେ ଦ୍ବିତୀୟ ପର୍ଯ୍ୟାୟର ୨୬ ଟି ଜିଲ୍ଲା ପରିଷଦ ଆସନର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ୨୩ ଟି ଆସନରେ ବିଜୟ ଲାଭ କରି ଜିଲ୍ଲା ପରିଷଦ ଗଠନ ପାଇଁ ବାଟ ଖୋଲିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.