ଭବାନୀପାଟଣା: କୋରୋନାରୁ ସଂରକ୍ଷିତ ରଖିବା ପାଇଁ ସରକାର ନିୟମକୁ କଡାକଡି କରୁଛନ୍ତି। ହେଲେ କିଛି ଅମାନିଆ ଏଯାବତ ଏହି ନିୟମକୁ ସଠିକ୍ ଭାବରେ ଗ୍ରହଣ କରିବାକୁ ନାରାଜ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ସହରରେ । ଯେଉଁଠାରେ ୩ ଟି ଦୋକାନ ଲକଡାଉନ ସମୟରେ ଖୋଲା ଥିବା ନେଇ ଅଭିଯୋଗ ହେବା ପରେ ଭବାନୀପାଟଣା ଟାଉନ ପୋଲିସ ପକ୍ଷରୁ ସମ୍ପୃକ୍ତ ଦୋକାନକୁ ସିଲ କରାଯାଇଛି।
ନକଟିଗୁଡା ଛକରେ ଥିବା ରାସନ ଦୋକାନ, ଷ୍ଟେଚୁ ଛକ ଠାରେ ଥିବା ବେକ୍ରି ଦୋକାନ ସମେତ ବିୟୁଟି ପାର୍ଲରକୁ ସିଲ କରିବା ସହ ମୋଟା ଅଙ୍କର ଫାଇନ ଆଦାୟ କରିଛି ଟାଉନ ଥାନା ପୋଲିସ।
ତେବେ ରାଜ୍ୟ ସମେତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସରକାରଙ୍କ ପାଇଁ ମୁଣ୍ଡ ବିନ୍ଦାର କାରଣ ପାଳଟିଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କ। ତେବେ ଏଭଳି କିଛି ବ୍ୟବସାୟୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଉଛି କୁହାଯାଉଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ