ETV Bharat / state

ସଡକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ - କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ ମୃତକଙ୍କ ପରିବାର । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

author img

By

Published : Sep 15, 2022, 2:57 PM IST

ଭବାନୀପାଟଣା: କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକ ଦ୍ବୟ ହେଉଛନ୍ତି ସ୍ଥାନୀୟ କୋକସରା ଥାନା ବାରବଖରା ଗାଁର ବୁଡୁ ଧରୁଆ ଓ ଗଜପତି ମେହେର ହୋଇଥିବା ଜଣାପଡିଛି । ତେବେ ବୁଡୁଙ୍କ ମୃତ୍ୟୁକୁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ମୃତଦେହ ରଖି କ୍ଷତିପୂରଣ ଦାବିରେ ଆମପାଣି ନୂଆପଡା ବିଜୁ ଏକ୍ସପ୍ରେସ ୱେ ଖୁଣ୍ଟିଆ ଗାଁ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ।

ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଏହା ମଧ୍ୟ ପଢନ୍ତୁ-OTM Issue: ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ବାରବଖରା ଗାଁର ବୁଡୁ ଧରୁଆ ଓ ଗଜପତି ମେହେର ଉଭୟ ଗତକାଲି(ବୁଧବାର) ବାଇକ ଯୋଗେ ଧର୍ମଗଡ଼ରୁ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ତାଙ୍କର ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଧର୍ମଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବୁଡୁ ଧରୁଆଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରିବାର ଲୋକେ ବିଶାଖାପାଟଣାର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟ ହୋଇଯାଇଥିଲା । ପରିବାର ଲୋକେ ମୃତଦେହ ଫେରାଇ ଆଣିବାକୁ ବ୍ୟବସ୍ଥା କରିଥିଲେ ମଧ୍ୟ ବିଶାଖାପାଟଣା ପୋଲିସ ମୃତଦେହ ଛାଡି ନଥିଲା ।

ସେହିପରି ଆଜି ସକାଳି ଗୁରୁତର ଥିବା ଗଜପତି ମେହେରଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟ ହୋଇଥିବା ସୂଚନା ମିଳିଛି । ତେବେ ବିଶାଖାପାଟଣାରୁ ବୁଡୁ ଧରୁଆଙ୍କ ମୃତଦେହ ଫେରାଇ ଆଣିବା ଓ ଏହା ଏକ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ରାସ୍ତା ଅବରୋଧ କରିଛନ୍ତି ।

ଆମପାଣି ନୂଆପଡା ବିଜୁ ଏକ୍ସପ୍ରେସ ୱେ ଖୁଣ୍ଟିଆ ଗାଁ ଛକ ଠାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବାବେଳେ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛି । ସେପଟେ ରାସ୍ତା ଅବରୋଧ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ଓ ଉଭୟ ପାର୍ଶ୍ବରେ ଅନେକ ଗାଡି ଅଟକି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.