ETV Bharat / state

ଆକାଶଛୁଆଁ ଦରଦାମ, ପନିପରିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ଯେଉଁ ପରିବା କିଣିବାକୁ ଦିନେ ଖାଉଟି ବ୍ୟଗ୍ର ହେଉଥିଲା ଆଜି ତାହାକୁ କିଣିବାକୁ ପଛ ଘୁଞ୍ଚା ଦେଉଛନ୍ତି । ଅଧିକ ପଢନ୍ତୁ

ଆକାଶଛୁଆଁ ଦରଦାମ: ପରିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ

author img

By

Published : Jul 9, 2022, 1:46 PM IST

ଭବାନାପାଟଣା: ରୋଷେଇଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହେଉଛି ପରିବା ଦର । ସବୁ ପନିପରିବାର ଦର ପାଖାପାଖି ୪୦ ଟଙ୍କା ଉପରେ । ଯାହାକୁ ନେଇ ବ୍ୟବସାୟୀ ଚିନ୍ତାରେ ରହିଥିବା ବେଳେ ଅସନ୍ତୁଷ୍ଟ ଖାଉଟି । ବିଶେଷକରି କଳାହାଣ୍ଡି ଜିଲ୍ଲାରେ ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା ଯୋଗୁଁ ଗାଡି ଭଡା ମଧ୍ୟ ବୃଦ୍ଧି ପାଇଛି । ଯେଉଁଥିବା ପରିବା ଦର ସହ ଖାଉଟି ସାମଗ୍ରୀ ଦର ଆକାଶ ଛୁଆଁ ହେଉଥିବା ବ୍ୟବସାୟୀ କହୁଥିବା ବେଳେ ଦରକୁ ଦେଖି ଗ୍ରାହକ ଅସନ୍ତୁଷ୍ଟ ।

ଆକାଶଛୁଆଁ ଦରଦାମ: ପରିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ
ବର୍ତ୍ତମାନ ବଜାରରେ ଟମାଟୋର କିଲୋପ୍ରତି ୪୦ ଟଙ୍କା ବିକ୍ରି ହେଉଥିବା ବେଳେ ବାଇଗଣ କିଲୋ ୪୦, ବିନ୍ସ କିଲୋ ୫୦, ବିଟା ୬୦, ଗାଜର ଦର କିଲୋପ୍ରତି ୭୦ଟଙ୍କା ରହିଥିବା ବେଳେ ଫୁଲକୋବି ୮୦, କାଙ୍କଡ଼ ୮୦, ଭେଣ୍ଡି ୬୦, କଲରା ୮୦, ପୋଟଳ ୬୦, ପତ୍ରକୋବି ୬୦, ଆଳୁ ୪୦ , ପିଆଜ ୨୦ ରହିଛି । ସ୍ଥିତି ଏମିତି ହେଲାଣି ଯେ ବଜାରକୁ ଲୋକେ ଯିବାକୁ ଭୟ କରୁଛନ୍ତି । ଏପରି ଦର ବୃଦ୍ଧି ଖାଉଟିଙ୍କୁ ବେଶ ପ୍ରଭାବିତ କରିଛି । ପାଞ୍ଚଶହ ଟଙ୍କାର ପରିବା ବ୍ୟାଗ ଅଧା ହେଉନଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବେ ସ୍ୱାଭାବିକ ଦରରେ ବଜାରରେ ବିକ୍ରୟ ହେଉଥିବା ପରିବା ଏବେ ତିନିଗୁଣ ଦର ବୃଦ୍ଧି ପାଇଛି । ଏକ କିଲୋ କିଣିବା ପରିବର୍ତ୍ତେ ୨୦୦ ସହ ଗ୍ରାମ କିମ୍ବା ୨୫୦ ଗ୍ରାମ ନେଇ ଘର ଚଳାଇବାକୁ ପଡୁଛି ।ସେପଟେ ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବଢ଼ୁଥିବା ଦେଖା ଦେଇଛି ।ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.