ETV Bharat / state

ଅନୁଷ୍ଠିତ ହେଲା ଆଦିବାସୀଙ୍କ ନିଆରା ପର୍ବ ଟୋକିମରା

author img

By

Published : Jan 1, 2023, 10:40 PM IST

କନ୍ଧମାଳରେ ପାଳିତ ହେଲା ଆଦିବାସୀଙ୍କ ନିଆରା ପର୍ବ ଟୋକିମରା । ଧରଣୀ ପେନୁ ନିକଟରେ ବଳି ପଡ଼ିଲା ବୋଦା । ବଳିର ଅଂଶ ନେବାକୁ ଆଦିବାସୀଙ୍କ ମଧ୍ୟରେ ପ୍ରତିଯୋଗୀତା । ଅଧିକ ପଢ଼ନ୍ତୁ

ଆଦିବାସୀଙ୍କ ଟୋକିମରା ପର୍ବ ଅନୁଷ୍ଠିତ
ଆଦିବାସୀଙ୍କ ଟୋକିମରା ପର୍ବ ଅନୁଷ୍ଠିତ
ଆଦିବାସୀଙ୍କ ଟୋକିମରା ପର୍ବ ଅନୁଷ୍ଠିତ

ଭବାନୀପାଟଣା: ଆଦିବାସୀଙ୍କ ନିଆରା ପର୍ବ ଟୋକିମରା । ଧରଣୀ ପେନୁ ନିକଟରେ ପଡ଼ିଲା ବୋଦା ବଳି । ବଳିର ଅଂଶ ନେବା ପାଇଁ ଆଦିବାସୀଙ୍କ ମଧ୍ୟରେ ପ୍ରତିଯୋଗିତା । କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଲମପୁର ବ୍ଲକ ଅନ୍ତର୍ଗତ ଗୁମାବାହାଲ ଗାଁରେ ଶହଶହ ଆଦିବାସୀଙ୍କ ମଧ୍ୟରେ ଧୂମଧାମାରେ ପାଳିତ ହୋଇଯାଇଛି ଟୋକିମରା ପର୍ବ ।

ଆଦିବାସୀ ପରମ୍ପରା, ସଂସ୍କୃତି ଚାଲି ଚଳଣୀରେ ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ । ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ଅନେକ ମହାନ ପ୍ରଥା ଓ ପରମ୍ପରା । ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ଟୋକିମରା ପର୍ବରେ । ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ବର୍ଷ ଅନ୍ତରାଳରେ ଟୋକିମରା ପର୍ବ ପାଳନ ହେଉଥିବାବେଳେ ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ଏହି ନିଆରା ପର୍ବ । ସେହିଭଳି ଆଜି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଲମପୁର ବ୍ଲକ ଅନ୍ତର୍ଗତ ଗୁମାବାହାଲ ଗାଁରେ ଧୂମଧାମାରେ ପାଳିତ ହୋଇଯାଇଛି ଟୋକିମରା ପର୍ବ ।

ପ୍ରଥମେ ଟୋକିମରା ପର୍ବ ପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମ ପୂଜାରୀ ଓ ଜାନି ଗାଁ ମୁଣ୍ଡରେ ଅସ୍ଥାୟୀ ମାଟି ଘର ପାଖରେ ଟୋକିପର୍ବ ପୂଜା କାର୍ଯ୍ୟ ଆରମ୍ଭ କରିବା ସହ ଗ୍ରାମର ଈଷ୍ଟଦେବୀ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରିଥିଲେ । ଟୋକି ପୂର୍ବକ ବୋଦାକୁ ବଳି ଦେଇ ମାଟି ଦେବତାଙ୍କ ନିକଟରେ ସମର୍ପିତ କରିବା ପରେ ଟୋକିମରା ପର୍ବ ପୂର୍ବରୁ ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ଯାଇଥିବା ଅସ୍ତ୍ରକୁ ବାହାର କରି ମାର୍ଜନା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ଦେବୀଙ୍କ ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ଆଦିବାସୀ ଏକତ୍ରିତ ହୋଇଥିଲେ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚଗୀତ କରି ଗାଁ ମୁଣ୍ଡରେ ଥିବା ଧରଣୀ ପେନୁ ନିକଟରେ ପହଞ୍ଚିବା ପରେ ସେଠାରେ ବୋଦା ବଳି ଦିଆଯାଇଥିଲା । ପରେ ବଳିର ଅଂଶକୁ ନେବା ପାଇଁ ଆଖପାଖ ଗାଁରୁ ଆସିଥିବା ଆଦିବାସୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଦେଖାଦେଇଥିଲା । ବିଶ୍ୱାସ ରହିଛି ଟୋକିମରା ପର୍ବରେ ଧରଣୀ ପେନୁରେ ଦିଆଯାଇଥିବା ବଳିର ଅଂଶକୁ ନେଇ ନିଜ ଚାଷ ଜମିରେ ପୋତିଲେ ଦେବୀଙ୍କ କୃପାରୁ ଭଲ ଫସଲ ଅମଳ ହୋଇଥାଏ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.