ETV Bharat / state

ରାମପୁର ସବ୍‌ଜେଲ୍‌ରୁ କଏଦୀ ଚମ୍ପଟ, ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ - ରାମପୁର ସବ୍‌ଜେଲରୁ କଏଦୀ ଚମ୍ପଟ

ରାମପୁର ସବ୍‌ଜେଲରୁ କଏଦୀ ଚମ୍ପଟ । ଜାଣିଶୁଣି ଏପରି କରାଯାଇଥିବା କହିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ରାମପୁର ସବ୍‌ଜେଲରୁ କଏଦୀ ଚମ୍ପଟ
ରାମପୁର ସବ୍‌ଜେଲରୁ କଏଦୀ ଚମ୍ପଟ
author img

By

Published : Feb 13, 2023, 1:35 PM IST

ଭବନୀପାଟଣା: ଉପକାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରୁ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜେଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ଘନୀଭୂତ ହେଉଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଉପକାରାଗାରରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ଵାମିତ୍ର ମାଝି ବୋଲି ଜଣାପଡିଛି । ମଦନପୁର ରାମପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ଡିସେମ୍ବର ମାସ ରେ ନିଜ ପରିବାର ସଦସ୍ୟଙ୍କୁ ବାରମ୍ବାର ଆକ୍ରମଣ ସହ ନିଜ ସ୍ତ୍ରୀକୁ ମାଡ଼ ମାରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିବା ନେଇ ନର୍ଲା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ବିଶ୍ଵାମିତ୍ର ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ନିର୍ଯାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ହିଂସ୍ରକ ସାଜିଥିବା ଅଭିଯୁକ୍ତର ଜାମିନ ଆବେଦନ କରି ନଥିଲେ ।

ଏହା ମଧ୍ୟ ପଢନ୍ତୁ: ଉପକାରାଗାରକୁ ଯିବା ପରେ ପୁଣି କୋର୍ଟରେ ହାଜର ହେଲେ ଗୋପାଳ

ଫଳରେ ଗତ ଡିସେମ୍ବରରୁ ମାସରୁ ବିଶ୍ଵାମିତ୍ର ମାଝୀ ମଦନପୁର ରାମପୁର ସବ୍‌ଜେଲରେ ବିଚାରଧୀନ କଏଦୀ ଭାବରେ ରହିଥିଲେ । ତେବେ ଆଜି ଅଭିଯୁକ୍ତ ବିଶ୍ଵାମିତ୍ର ମାଝୀ କୌଶଳ କରି ଜେଲ୍ ବାଡ଼ ଡେଇଁ ଫେରାର ହୋଇଯାଇଥିବା ଜଣାପଡିଛି । ବହୁ ଖୋଜାଖୋଜି କରିବା ପରେ ବିଶ୍ଵାମିତ୍ରକୁ ନ ପାଇବାରୁ ଜେଲ ସୁପରିଟେଣ୍ଡଙ୍କ ପକ୍ଷରୁ ମଦନପୁର ରାମପୁର ଥାନାରେ ଅଭିଯୋଗ ହୋଇଛି । ସ୍ପଷ୍ଟ ଦିବାଲୋକରେ ଜେଲରୁ ସମସ୍ତଙ୍କ ଆଖରେ ଧୂଳିଦେଇ କଏଦୀ ଫେରାର ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଚ୍ଚ ବାଡ଼ ଡେଇଁବା ଯଦିଓ ସମ୍ଭବ ନୁହେଁ ତେବେ ଏହାକୁ ଡେଇଁ ଫେରାର ହେବା ଘଟଣା ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ବରିଷ୍ଠ ସାମ୍ବାଦିକ କହିଛନ୍ତି, "ପାଚେରୀ ଡେଇଁ ଜଣେ କଏଦୀ ଫେରା ହେବା କଥା ଶୁଣି ବିଶ୍ବାସ ହେଉନାହିଁ । ଦାୟିତ୍ବରେ ଥିବା ସୁରକ୍ଷାକର୍ମଚାରୀ ଏବଂ ଜେଲର ମିଶି ତାଙ୍କୁ ଖସେଇଦେଇଥିବା ଭଳି ଲାଗୁଛି । ନହେଲେ ଜଣେ ଏତେ ବଡ ପାଚେରୀ ଡେଇଁ ଯାଇପାରିବ ନାହିଁ । ହାର୍ଡକୋର କ୍ରିମିନାଲ ହୋଇଥିବା ଯୋଗୁଁ ତାକୁ ଜାଣିଶୁଣି ଖସାଇ ଦିଆଯାଇଛି । ଏମାନେ ଖାଲି ଖୋଜିବାର ବାହାନା କରୁଛନ୍ତି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.