ETV Bharat / state

ବିରଳ ଗ୍ରୁପର ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଦୁଇ ଯୁବକ - ଯୁବକଙ୍କ ବିରଳ ରକ୍ତ ଦାନ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମଖଲା ଗାଁର ପ୍ରସୂତି ରାଧିକା ଜୁଆଡଙ୍କୁ ବିରଳ ଗ୍ରୁପର ରକ୍ତଦାନ କରି ଜୀବନ ବଞ୍ଚାଇଲେ ଦୁଇ ବ୍ୟକ୍ତି । ଅଧିକ ପଢନ୍ତୁ...

ବିରଳ ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଦୁଇ ଯୁବକ

author img

By

Published : Jun 19, 2021, 10:38 PM IST

ଭବାନୀପାଟଣା: ଗତ ୧୨ ତାରିଖ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମଖଲା ଗାଁର ପ୍ରସୂତି ରାଧିକା ଜୁଆଡ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିକୁ ଜନ୍ମ ଦେଇଥିଲେ । ହେଲେ ରକ୍ତ ଅଭାବରେ ଶିଶୁର ମୃତ୍ୟୁ ଗତ ୧୪ ତାରିଖ ହୋଇଥିଲା ଓ ଗୁରୁତର ପ୍ରସୂତିକୁ ରକ୍ତର ଆବଶ୍ୟକତା ରହିଥିଲା । ହେଲେ ପ୍ରସୂତିର ରକ୍ତ ଗୃପ ‘ଓ’ ପଜିଟିଭ ବମ୍ବେ ଫେନୋଟାଇପ ରହିଥିବାରୁ ଏହି ବିରଳ ରକ୍ତ ଜିଲ୍ଲା କିମ୍ବା ପଡୋଶୀ ବ୍ଲଡ ବ୍ୟାଙ୍କରେ ଉପଲବ୍ଧ ନଥିଲା । ଫଳରେ ଶିଶୁ ମୃତ୍ୟୁ ପରେ ଗୁରୁତର ପ୍ରସୂତି ରକ୍ତର ଆବଶ୍ୟତକା କରୁଥିଲା । ଯାହାକୁ ନେଇ କଳାହାଣ୍ଡି ଆକ୍ଟିଭିଷ୍ଟ ଅର୍ଗାନାଇଜେସନ ସୋସିଆଲ ମିଡିଆରେ ସହୟତାର ଅପିଲ କରିଥିଲେ ।

ବିରଳ ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଦୁଇ ଯୁବକ
ସୋସିଆଲ ମିଡିଆରୁ ଏହି ସୂଚନା ଭୁବନେଶ୍ୱରର କଳିଙ୍ଗ ଫାଉଣ୍ଡେସନ ଜାଣିବା ପରେ ଏହି ବିରଳ ବ୍ଲଡ ଗୃପର ଦୁଇଜଣ ବ୍ୟକ୍ତି ଦୁର୍ଲଭ ସାହୁ ଓ ମାନସ ରଞ୍ଜନ ସାହୁକୁ ସୂଚନା ଦେଇଥିଲେ ଏବଂ ଏହି ଦୁଇଜଣ ବିଳମ୍ବ ନକରି ରକ୍ତଦାନ ପାଇଁ ଭବାନୀପାଟଣା ପହଞ୍ଚିଛନ୍ତି । ମାନବିକତା ଦୃଷ୍ଟିକୋଣରୁ ଏହି ସ୍ୱେଚ୍ଚାକୃତ ରକ୍ତଦାନ ପାଇଁ ଭବାନୀପାଟଣା ଆସିଥିବା ଦୁଇ ରକ୍ତଦାତା ପ୍ରକାଶ କରିଥିବା ବେଳେ ପୁର୍ବରୁ ଏହି ବିରଳ ବ୍ଲଡ ଗୃପର ଆବଶ୍ୟକତା ହେଲେ ଦାନ କରିବୁ ବୋଲି ପ୍ରକାଶ କରିଛନ୍ତି । ଗରିବ ଶ୍ରମିକ ଶ୍ରେଣୀର ରାଧିକା ଜୁଆଡର ଜୀବନ ବଞ୍ଚାଇବାକୁ ଭୁବନେଶ୍ୱରରୁ କଳାହାଣ୍ଡି ପହଞ୍ଚିଥିବା ଦୁଇଜଣ ରକ୍ତଦାତାଙ୍କ ଖବର ପ୍ରଚାର ପରେ ଭବାନୀପାଟଣା ଠାରେ ଅନେକ ଲୋକ ତାଙ୍କୁ ଭେଟି ସମ୍ବର୍ଦ୍ଧନା ତଥା ସାଧୁବାଦ ଜଣାଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.