ETV Bharat / state

ବଜ୍ରାଘାତ ଓ ସର୍ପାଘାତରେ କଳାହାଣ୍ଡିର 2 ମୃତ - କଳାହାଣ୍ଡି ମୃତ୍ୟୁ ଘଟଣା ନ୍ୟୁଜ

କଳାହାଣ୍ଡି ଜିଲ୍ଲାରେ ବଜ୍ରାଘାତ ଓ ସର୍ପାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।

Kalahandi death news
କଳାହାଣ୍ଡି ରେ ବଜ୍ରାଘାତ ଓ ସର୍ପାଘାତରେ ମୃତ୍ୟୁ
author img

By

Published : May 31, 2020, 2:07 PM IST

ଭବାନୀପାଟଣା : ଜିଲ୍ଲାରେ ସର୍ପାଘାତ ଓ ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । କୋକସରା ବ୍ଲକ କୁମୁଡ଼ାମୁଣ୍ଡା ଗାଁ ରେ ସର୍ପାଘାତ ରେ ଜଣେ ଯୁବକର ର ମୃତ୍ୟୁ ଘଟିଥିବା ବେଳ ଜୟପାଟଣା ସହରରେ ବଜ୍ରାଘାତରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି। ବଜ୍ରାଘାତ ରେ ମୃତ୍ୟୁ ଘଟିଥିବା ଯୁବକ ଗୌତମ ପୁଝାରୀ ଗତକାଲି ନିଜ ଘର ଛାତ ଉପରେ ଖପର ସଜାଡୁଥିବା ସମୟରେ ଏକ ବିଷାକ୍ତ ସର୍ପାଘାତର ଶୀକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନେବା ପରିବର୍ତ୍ତେ ଝଡାଫୁଙ୍କା କରାଯାଇଥିଲା । କିନ୍ତୁ ଅବସ୍ଥାରେ କିଛି ସୁଧାର ନ ହେବାରୁ ତାଙ୍କୁ କୋକସରା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

କଳାହାଣ୍ଡି ରେ ବଜ୍ରାଘାତ ଓ ସର୍ପାଘାତରେ ମୃତ୍ୟୁ

ସେହିପରି ଅନ୍ୟ ଏକ ଘଟଣାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ରେ ଜଣେ ବିବାହିତ ମହିଳାଙ୍କ ବଜ୍ରାଘାତ ରେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଶଙ୍କର ଜୈନ ଙ୍କ ସ୍ତ୍ରୀ ପିଙ୍କି ଜୈନ ବୋଲି ଜଣାପଡିଛି । ବଜ୍ରାଘାତ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଚିକିତ୍ସାଲୟକୁ ନେଉଥିବା ବେଳେ ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ ଦେହକୁ ଜୟପାଟଣା ପୋଲିସ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରି ଏକ ମାମଲା ରୁଜୁ କରିଛି। ଘଟଣାକୁ ନେଇ ପରିବାର ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.