ETV Bharat / state

ଧନୁଯାତ୍ରା ଦେଖି ଫେରୁଥିବା ବେଳେ କାରକୁ ଧକ୍କା ଦେଲା ବସ, ୨ ମୃତ - ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ

କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ବସ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

accident in kalahandi
accident in kalahandi
author img

By

Published : Jan 3, 2023, 2:15 PM IST

accident in kalahandi

ଭବାନୀପାଟଣା: ବରଗଡ ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ । କାରକୁ ଏକ ବସ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିବା ସୂଚନା । କେସିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଚେର ପାଣିଫ୍ୟାକ୍ଟ୍ରି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ମୃତକ ହେଉଛନ୍ତି ଭବାନୀପାଟଣା ସହରର ଦିଲୀପ ଗୋଛାୟତ ଓ ଦିନେଶ ନାଏକ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦୁଇ ବନ୍ଧୁ ଦିଲୀପ ଗୋଛାୟତ ଓ ଦିନେଶ ନାଏକ ନିଜ ପରିବାର ସହ କାର ଯୋଗେ ବରଗଡ ଧନୁଯାତ୍ରା ଦେଖିବା ପାଇଁ ଯାଇଥିଲେ । ସେଠାରେ ଯାତ୍ରା ଦେଖି ଫେରିବା ସମୟରେ କେସିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଚେର ପାଣିଫ୍ୟାକ୍ଟ୍ରି ନିକଟରେ ଭୁବନେଶ୍ବରରୁ ଆସୁଥିବା ଦିଲସୁଖ ନାମକ ଏକ ଘରୋଇ ବସ କାର୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ କାର୍‌ଟି ଗଛରେ ପିଟି ହେବାରୁ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩ଜଣ ଆହତ ହୋଇଥିଲେ । ସେପଟେ ଦୁର୍ଘଟଣା ପରେ ବସଟି ଭାରସାମ୍ୟ ହରାଇ ପାଣିଫ୍ୟାକ୍ଟ୍ରି କାନ୍ଥରେ ପିଟି ହୋଇ ଯାଇଥିଲା।

ତେବେ କାରରେ ବସିଥିବା ଅନ୍ୟ ୨ ଜଣ ମହିଳା ଓ ଜଣେ ୧୨ ବର୍ଷର ଝିଅ ଗୁରୁତର ହୋଇଥିବା ଜଣାପଡିଛି । ଏନେଇ ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ କେସିଙ୍ଗା ପୋଲିସ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି କାର ଭିତରେ ଦୁଇ ବନ୍ଧୁଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏଥିସହ ବସ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ-ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି, ୨ ଯୁବକ ମୃତ

ସେପଟେ ବସରେ ଥିବା ଯାତ୍ରୀ ସୁରକ୍ଷିତ ଭାବରେ ଥିବା ନେଇ ପୋଲିସ ସୂଚନା ଦେଇଛି । ପ୍ରତ୍ୟେକ ଦିନ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବସ ଚାଳକ ବେପରୁଆ ଗାଡ଼ି ଚଳାଉଛନ୍ତି । ସ୍ପିଡ୍‌ କଣ୍ଟ୍ରୋଲ ବ୍ୟବସ୍ଥା ନଥିବା ଯୋଗୁଁ ଏଭଳି ଘଟଣା ସାମ୍ନାକୁ ଆସୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.