ETV Bharat / state

ପୋଖରୀରେ ବୁଡି ଆଖି ବୁଜିଲେ ମଉସା ପୁତୁରା

author img

By

Published : Aug 28, 2022, 8:17 AM IST

ନର୍ଲା ଥାନା ଅନ୍ତର୍ଗତ ବରଗାଁ ପୋଖରୀରେ ବୁଡି ମଉସା ଓ ପୁତୁରାର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପୋଖରୀରେ ବୁଡି ମଉସା ଓ ପୁତୁରା ମୃତ
ପୋଖରୀରେ ବୁଡି ମଉସା ଓ ପୁତୁରା ମୃତ

ଭବାନୀପାଟନା: କଳାହାଣ୍ଡି ଜିଲ୍ଲାରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ମଉସା ଓ ପୁତୁରାର ମୃତ୍ୟୁ ହୋଇଥିବା ସୂଚନା । ନର୍ଲା ଥାନା ଅନ୍ତର୍ଗତ ବରଗାଁ ପୋଖରୀରେ ଏପରି ଘଟଣା ଘଟିଥିବା ବେଳେ ମୃତକ ମଉସା ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ଢୁଡା ମାଝୀ ଓ ପୁତୁରା ହେଉଛନ୍ତି ବରଗାଁର ଚୂଡ଼ା ମାଝୀଙ୍କ ପୁଅ ।

ପୋଖରୀରେ ବୁଡି ମଉସା ଓ ପୁତୁରା ମୃତ

ମିଳିଥିବା ସୂଚନା ଅନୁଯାୟୀ, ଢୁଡା ମାଝୀ କଳାହାଣ୍ଡି ବରଗାଁରେ ଥିବା ନିଜ ଶଢୁ ଚୂଡ଼ା ମାଝୀଙ୍କ ଘରକୁ କୁଣିଆ ହୋଇଆସିଥିଲେ । ବେଶ ହସ ଖୁସିରେ ଶଢୁଙ୍କ ଘରେ ପହଞ୍ଚିବା ପରେ ଗାଁ ପୋଖରୀକୁ ଢୁହା ଚୂଡା ଶଡୁଙ୍କ ପାଞ୍ଚ ବର୍ଷର ପୁଅକୁ ନେଇ ଗାଧୋଇବାକୁ ଯାଇଥିଲେ । ତେବେ ପୋଖରୀରେ ଗାଧୋଇବା ସମୟରେ ହଠାତ କୌଣସି କାରଣରୁ ଉଭୟ ମଉସା ଓ ପୁତୁରା ପାଣିରେ ବୁଡି ଯାଇଥିଲେ । ଦୀର୍ଘ ସମୟ ପରେ ପୋଖରୀରେ ମୃତଦେହ ଭାସୁଥିବା ବେଳେ ଏନେଇ ପରିବାର ଲୋକଙ୍କୁ ଖବର ଦେଇ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।

ଏହା ମଧ୍ୟ ପଢନ୍ତୁ-ବନ୍ୟା ପାଣିରେ ଭାସି ଯୁବକ ମୃତ

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ଏହାପରେ ନର୍ଲା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ପୋଲିସ ତରଫରୁ ଓ ମୃତକଙ୍କ ପରିବାର ଲୋକଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.