ETV Bharat / state

କନ୍ୟା ଆଶ୍ରମରେ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ ! - ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ ଖବର କଳାହାଣ୍ଡି

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଦୁଲୁକିବନ୍ଧ ଆବାସିକ କନ୍ୟାଶ୍ରମରେ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ । ଡାକ୍ତର ଦେଲେ ଭିନ୍ନ ରିପୋର୍ଟ । ଅଧିକ ପଢନ୍ତ

କନ୍ୟା ଆଶ୍ରମରେ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ !

author img

By

Published : Mar 31, 2022, 10:57 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଦୁଲୁକିବନ୍ଧ ଆବାସିକ କନ୍ୟାଶ୍ରମ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ । ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଡାକ୍ତର ।

କନ୍ୟା ଆଶ୍ରମରେ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ !

ଛାତ୍ରୀଙ୍କ ଅସୁସ୍ଥତା ଖାଦ୍ୟ କାରଣରୁ ନୁହେଁ ବରଂ କୌଣସି ଭାଇରାଲ ଇନଫେକ୍ସନ ଯୋଗୁଁ ଜ୍ୱର, ପେଟବ୍ୟଥା ସହ ଝାଡା-ବାନ୍ତି ହୋଇଥିବା ଡାକ୍ତର କହିଛନ୍ତି । ଯଦି ଖାଦ୍ୟ କାରଣରୁ ହୋଇଥାନ୍ତା ତେବେ କନ୍ୟାଶ୍ରମରେ ରହୁଥିବା ଅନ୍ୟ ଅନ୍ତେବାସୀ ମଧ୍ୟ ଅସୁସ୍ଥ ହୋଇଥାନ୍ତେ । ଏହା କେବଳ ଭାଇରାଲ ଇନଫେକ୍ସନ କାରଣରୁ ହୋଇଛି ବୋଳି ଚିକିତ୍ସା କରିଥିବା ଡାକ୍ତର ଶିବାଶିଶ ସ୍ବାଇଁ ସୂଚନା ଦେଇଛନ୍ତି । ଏନେଇ ଖବର ପାଇ ଏଡିଏମଙ୍କ ସମେତ ଏକ ସ୍ୱତନ୍ତ୍ର ଡାକ୍ତରୀ ମେଡ଼ିକାଲ ଦଳ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.