ETV Bharat / state

ଭିନ୍ନ ଏକ ପରମ୍ପରା ‘ଟୋକୀ ମରା’ ପର୍ବ ପାଳିତ - tribal festival celebrated in kalahandi

କଳାହାଣ୍ଡିରେ ଆଦିବାସୀ ମାନେ ପାଳନ କରିଛନ୍ତି ‘ଟୋକୀ ମରା’ ପର୍ବ । ପୌଷ ମାସରେ ପାଳିତ ହେଉଥିବା ଏହି ପର୍ବ ସହିତ ଅନ୍ୟ ଏକ ପର୍ବ ଧାଙ୍ଗିଡି ଝୁଲା ମଧ୍ୟ ସେମାନେ ପାଳନ କରିଛନ୍ତି । ପୂର୍ବରୁ ଏଥିରେ କୁମାରୀ ମାନଙ୍କୁ ବଳି ଦିଆଯାଉଥିବାରୁ ଏହି ପର୍ବର ନାମ ‘ଟୋକୀ ମରା’ ପର୍ବ ବୋଲି ରଖାଯାଇଥିବା ଜଣାପଡିଛି ।

kalahandi
ଭିନ୍ନଏକ ପରମ୍ପରା ‘ଟୋକୀ ମରା’ ପର୍ବ ପାଳିତ
author img

By

Published : Jan 5, 2020, 7:14 PM IST

ଭବାନୀପାଟଣା: କଳାହାଣ୍ଡିରେ ଆଦିବାସୀମାନେ ପାଳନ କରିଛନ୍ତି ‘ଟୋକୀ ମରା’ ପର୍ବ । ପୌଷ ମାସରେ ପାଳିତ ହେଉଥିବା ଏହି ପର୍ବ ସହିତ ଅନ୍ୟ ଏକ ପର୍ବ ଧାଙ୍ଗିଡି ଝୁଲା ମଧ୍ୟ ସେମାନେ ପାଳନ କରିଛନ୍ତି । ପୂର୍ବରୁ ଏଥିରେ କୁମାରୀ ମାନଙ୍କୁ ବଳି ଦିଆଯାଉଥିବାରୁ ଏହି ପର୍ବର ନାମ ‘ଟୋକୀ ମରା’ ପର୍ବ ବୋଲି ରଖାଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ଏଠାରେ ବୋଦା ଓ ମେଣ୍ଢା ବଳି ଦିଆଯାଉଛି ।

ମାଟି ମା’କୁ ସନ୍ତୁଷ୍ଟ କରିବାକୁ ଏପରି ବଳି ଦେବାକୁ ପଡେ ବୋଲି ବିଶ୍ବାସ ରହିଛି । ପୂର୍ବରୁ ହେଉଥିବା ପର୍ବରେ କିଛିଟା ପରିବର୍ତ୍ତନ ହୋଇଥିବାବେଳେ ଏହି ପର୍ବକୁ ଆଦିବାସୀମାନେ ବଜାୟ ରଖିଛନ୍ତି । ବର୍ତ୍ତମାନ ପାଳିତ ହେଉଥିବା ଏହି ପର୍ବ ଅନୁଯାୟୀ, ଦେବାଦେବୀଙ୍କ ପାଖରେ ସମର୍ପଣ କରାଯାଇଥିବା ବୋଦାକୁ ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ପରବ ପଡିଆରେ ମେରିଆ ପହଞ୍ଚିଥାଏ ।

ଭିନ୍ନଏକ ପରମ୍ପରା ‘ଟୋକୀ ମରା’ ପର୍ବ ପାଳିତ

ସେଠାରେ ମାଟିମା’ଙ୍କୁ ବୋଦା ବଳି ଅର୍ପଣ କରାଯାଏ । ପୂର୍ବରୁ ଏହି ପର୍ବରେ କୁମାରୀ କନ୍ୟାକୁ ବଳି ଦେବା ପରମ୍ପରା ଥିଲା ଏବେ ବୋଦାକୁ ମଣିଷ ନାମରେ ନାମିତ କରି ବଳି ଦିଆଯାଉଥିବା ଜଣାପଡିଛି । ଏହି ଅବସରରେ ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀ ମାନେ ବାଜାର ତାଳେ ତାଳେ ନାଚିବା ସହ ଅସ୍ତ୍ରଶସ୍ତ୍ର ଶୋଭାଯାତ୍ରାରେ ବାହାରନ୍ତି ।

ତେବେ ବଳି ଅର୍ପଣ କରାଯାଉଥିବା ବୋଦା ମାଂସକୁ ଗାଁର ଇଷ୍ଟଦେବୀ କିମ୍ବା ଚାଷ ଜମିରେ ପୋତିଲେ ଦୁଃଖ କଷ୍ଟ ଲାଘବ ହେବା ସହ ବହୁତ ଫସଲ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେହିପରି ‘ଟୋକୀ ମରା’ ପର୍ବ ପରଦିନ ପାଳିତ ହୋଇଛି ଧାଙ୍ଗିଡି ଝୁଲା । ପରମ୍ପରା ଅନୁସାରେ ଏହିଦିନ ପ୍ରାପ୍ତବୟସ୍କ ପୁଅ ଝିଅ ନିଜ ଇଚ୍ଛାରେ ପରସ୍ପରକୁ ବିବାହ ପାଇଁ ଚୟନ କରିପାରିବେ ଓ ପୁଅ ଝିଅଙ୍କ ପସନ୍ଦକୁ ଆଦିବାସୀ ସମାଜ ସ୍ବୀକୃତି ଦିଏ ।

ଜୟପାଟଣା ବ୍ଲକର ଜାମଚୁଆଁ ଠାରେ ଏହି ପର୍ବ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିଲେ । ଜାମଚୁଆଁ ଛଡା କନକପୁର, କଡଳିଚୁଆଁ, ଚୁରା ଗାଁ, ଖଣ୍ଡି ଡଙ୍ଗରିଗୁଡା, ଥୁଆମୂଳ ରାମପୁର ବ୍ଲକର ଜବାଙ୍ଗ ଓ କୁମାରକାନୀ ଗାଁରେ ଏହି ପର୍ବ ପାଳିତ ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଭିନ୍ନଏକ ପରମ୍ପରା ଟୋକି ମରା ପର୍ବ
କଳାହାଣ୍ଡିରେ ଆଦିବାସୀଙ୍କ ଭିନ୍ନ ଏକ ପରମ୍ପରା ଏଠାରେ ପୌଷ ମାସରେ ପାଳିତ ହୁଏ ଆଦିବାସୀଙ୍କ ଟୋକୀ ମରା ସାଙ୍ଗକୁ ଧାଙ୍ଗିଡି ଝୁଲାଆଗରୁ ଏଠାରେ କୁମାରୀ କନ୍ୟାକୁ ବଳି ଦିଆଯାଉଥିବା ଦେଲେ ଏବେ ଦିଆଯାଇଛି ବୋଦା ବୋଲି । ଆଦିବାସୀଙ୍କ ଏହି ପାରମ୍ପରିକ ରୀତି ଓ ନୀତି ରେ କିଛିଟା ପରିବର୍ତନ ହୋଇଛି ତଥାପି ପ୍ରାଚୀନ ପରମ୍ପରା ଏବେବି ବଞ୍ଚିରହିଛି । ଏବେବି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଯେ ମାଟି ମା ସହିତ ଆଦିବାସୀଙ୍କ ସମ୍ପର୍କ ବହୁ ନିବିଡ଼ ସମ୍ପର୍କ ।
Body:କଳାହାଣ୍ଡିରେ ବିଭିନ୍ନ ଆଦିବାସୀ ଗାଁରେ ପାଳିତ ହୁଏ ଟୋକି ମରା ପର୍ବ ଦେବଦେବୀ ଙ୍କ ପାଖରେ ସମର୍ପଣ କରାଯାଇଥିବା ବୋଦାକୁ ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ପରବ ପଡିଆରେ ମେରିଆ ଫୋଜ ସହିତ ପହଞ୍ଚି ଥାଏ । ସେଠାରେ ମାଟିମାଙ୍କୁ ବୋଦା ବୋଲି ଅର୍ପଣ କରାଯାଏ । ପୂର୍ବରୁ ଏହି ପର୍ବରେ କୁମାରୀ କନ୍ୟାକୁ ବୋଲି ଦେବା ପରମ୍ପରା ଥିଲା ଏବେ ବୋଦା କୁ ମଣିଷ ନାମରେ ନାମିତ କରି ବୋଲି ଦିଆ ଯାଉଛି ବୋଲି ଲୋକେ କହନ୍ତି । ଏହିଅବସରରେ ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀ ମାନେ ବାଜାର ତାଳେ ତାଳେ ନାଚିବା ସହ ଅସ୍ତ୍ର ଶସ୍ତ୍ର ଶୋଭାଯାତ୍ରାରେ ବାହାରନ୍ତି ।
ବିଶ୍ୱାସ ରହିଛି ବଳି ଅର୍ପଣ କରାଯାଉଥିବା ବୋଦା ମାଂସକୁ ଗାଁର ଇଷ୍ଟଦେବୀ କିମ୍ବା ଚାଷ ଜମିରେ ପୋତିଳେ ଦୁଃଖ କଷ୍ଟ ଲାଘବ ହେବା ସହ ବହୁତ ଫସଲ ହୋଇଥାଏ । ଟୋକିମରା ପର୍ବ ପରଦିନ ପାଳିତ ହୁଏ ଧାଙ୍ଗିଡି ଝୁଲା ଏହିଦିନ ଧଙ୍ଗଡା ,ଧାଙ୍ଗିଡି ନାଚ ଅନୁଷ୍ଠିତ ହୁଏ ପରମ୍ପରା ଅନୁସାରେ ଏହିଦିନ ପ୍ରାପ୍ତବୟସ୍କ ପୁଅ ଝିଅ ନିଜ ଇଚ୍ଛାରେ ପରସ୍ପରକୁ ବିବାହ ପାଇଁ ଚୟନ କରିପାରିବେ ଓ ପୁଅ ଝିଅଙ୍କ ପସନ୍ଦ କୁ ଆଦିବାସୀ ସମାଜ ସ୍ୱୀକୃତି ଦେଇଥାଏ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ର ଜାମଚୁଆଁ ଠାରେ ଏହି ପର୍ବ ଅନୁଷ୍ଠିତ ହୋଇଛି ଏଠାରେ ମୁଖ୍ୟ ଅତଥି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରି ସମେତ ବଡ଼କର୍ଲାକୋଟ ଗ୍ରାମପଞ୍ଚୟତର ପୂର୍ବତନ ସରପଞ୍ଚ ମୂରଲୀଧର ଦଳାଇ,କ୍ଷୀର ଠାକୁର,ପ୍ରଦୀପ ପଟ୍ଟନାୟକ ଏବଂ ଅଞ୍ଚଳର ଲୋକ ଉପସ୍ଥିତ ଥିଲେ।ସେହିପରି
କନକପୁର ଓ କଲମପୁର ବ୍ଲକ ର କଡଳିଚୁଆଁ , ଚୁରା ଗାଁ ଖଣ୍ଡି ଡ଼ଙ୍ଗରିଆ ଗୁଡା ଠାରେ ଏହି ଟୋକି ପର୍ବ ଅନୁଷ୍ଠିତ ହୋଇଥିଲା
Conclusion:ବାଇଟ-ସଂରା ମାଝୀ (ସ୍ଥାନିୟ ବାସିନ୍ଧା )
ବାଇଟ-ପ୍ରଦିପ ଦିସାରୀ (ବିଧାୟକ ଲାଞ୍ଜିଗଡ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.