ETV Bharat / state

Rape Case: ଯାତ୍ରା ଦେଖି ଫେରିବା ସମୟରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ! ଅଭିଯୁକ୍ତ ଫେରାର

ଯାତ୍ରା ଦେଖି ଆସୁଥିବା ବେଳେ 2 ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 20, 2023, 7:40 PM IST

Updated : Apr 20, 2023, 8:02 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଯାତ୍ରା ଦେଖି ଫେରିବା ବେଳେ ଦୁଇ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣାର ୪ ଦିନ ପରେ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଅଭିଯୁକ୍ତମାନେ ଫେରାର ମାରିଥିବା ଜଣାପଡିଛି । ଗତକାଲି ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରି ଅଧିକ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ଗତ ୧୫ ତାରିଖ ଦିନ ରାତି ତାରିଣୀ ଯାତ୍ରା ଚାଲିଥିବା ବେଳେ ସେହି ଯାତ୍ରାକୁ ଦେଖିବା ପାଇଁ ସେହି ଅଞ୍ଚଳର ୩ ଜଣ ନାବାଳିକା ବେନଗାଁକୁ ଯାଇ ସେଠାରେ ଯାତ୍ରା ଦେଖି ରାତି ପ୍ରାୟ ୨ଟା ସମୟରେ ଘରକୁ ଫେରିବା ବେଳେ ବେନଗାଁ ମୁଣ୍ଡରୁଥିବା ପୋଖରୀ ନିକଟରେ ପାଜିବାହାଳି ଗାଁର ୫ ଜଣ ଯୁବକ ବସିଥିବା ଥିଲେ । ୩ଜଣ ନାବାଳିକାଙ୍କୁ ଦେଖି ସେହି ୫ ଜଣ ଯୁବକ ସମସ୍ତ ଯୁବତୀଙ୍କୁ ଉଠାଇ ନେବା ସମୟରେ ଜଣେ ଯୁବତୀ କୌଣସି ମତେ ଫେରାର ମାରିଥିଲେ ।

ଏହା ବି ପଢନ୍ତୁ- ଗାର୍ଲଫ୍ରେଣ୍ଡକୁ ବିବାହ ପାଇଁ ପିତା ପାଲଟିଲା ପିଶାଚ, 2 ବର୍ଷର ଶିଶୁକୁ କଲା ହତ୍ୟା

ପରେ ୫ ଜଣ ଅଭିଯୁକ୍ତ ମିଶି 2 ଜଣ ନାବଳିକାକୁ ଦୁଷ୍କର୍ମ କରିଥିଲେ । ପରେ ନାବାଳିକାଙ୍କୁ ଜଙ୍ଗଲରେ ଛାଡି ଫେରାର ମାରିଥିଲେ ୫ ଜଣ ଅଭିଯୁକ୍ତ । କୌଣସି ମତେ ଦୁଇଜଣ ନାବାଳିକା ଘରକୁ ଆସି ନିଜ ପରିବାର ଆଗରେ ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଏନେଇ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ପୀଡିତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା । ପରେ ଗ୍ରାମବାସୀ ଓ ପୀଡିତାଙ୍କ ପରିବାର ଗତକାଲି ପୁଣି ଥରେ ବିଜେପୁର ଥାନାର ଦ୍ବାରସ୍ଥ ହୋଇଥିଲେ ।

ଏହାପରେ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଆଜି 2 ଜଣ ନାବାଳିକାକୁ ଭବାନୀପାଟଣାଠାରେ ଥିବା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆଣି ପଚାରାଉଚରା କରିବା ସହ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି । ପରେ ଗଣମାଧ୍ୟମକୁ ଦେଖି ପୋଲିସ ତରବରିଆ ଭାବରେ ପୀଡ଼ିତା ନାବାଳିକାଙ୍କୁ ଗଣମାଧ୍ୟମକୁ ପ୍ରତିକ୍ରିୟା ନେବାକୁ ସୁଯୋଗ ଦେଇନଥିଲେ । ସେପଟେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀ ଆଜି ଏସପିଙ୍କ ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Apr 20, 2023, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.