ETV Bharat / state

ସରକାରୀ ଔଷଧ ଫିଙ୍ଗିବା ଘଟଣା, ତଦନ୍ତ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ - କଳାହାଣ୍ଡି ଖବର

ସରକାରୀ ଔଷଧ ଫିଙ୍ଗିବା ଘଟଣା । ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଅଧିକ ପଢନ୍ତୁ...

ସରକାରୀ ଔଷଧ ଫିଙ୍ଗିବା ଘଟଣା, ତଦନ୍ତ ପାଇଁ ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

author img

By

Published : Sep 2, 2021, 9:00 AM IST

ଭବାନୀପାଟଣା: କଳାହାଣ୍ଡି ଖାକ୍ସି ଗାଁ ନିକଟ ମୁଖ୍ୟ ରାସ୍ତାକଡ଼ରେ ସରକାରୀ ଔଷଧ ଫିଙ୍ଗିବା ଘଟଣା । ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଘଟଣାକୁ ନେଇ ଲୋକେ ନିରପେକ୍ଷ ତଦନ୍ତ ସହ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।

ସରକାରୀ ଔଷଧ ଫିଙ୍ଗିବା ଘଟଣା, ତଦନ୍ତ ପାଇଁ ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ବୁଧବାର ଘଟଣାସ୍ଥଳକୁ ଯାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ସେଠାରେ ଯାଞ୍ଚ କରିବା ପରେ ବିଶ୍ୱନାଥପୁର ଡାକ୍ତରଖାନାରେ ପହଞ୍ଚି ତଦନ୍ତ ମଧ୍ଯ କରିଥିଲେ । ଏହି ମେଡିସିନ କେଉଁଠୁ ଆସିଲା । କିଏ ଫିଙ୍ଗିଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ଦୁର୍ଗମ ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳର ଶିଶୁ, ଗର୍ଭବତୀ ଓ ଅନ୍ୟାନ୍ୟ ରୋଗୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିରାମୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଔଷଧ ଲୋକଙ୍କ ନିକଟରେ ନ ପହଞ୍ଚି ରାସ୍ତାରେ ଫିଙ୍ଗା ଯାଉଛି । ଏ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.