ETV Bharat / state

ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଝୁଲନ୍ତା ମୃତଦେହ ଠାବ

author img

By

Published : Mar 17, 2021, 9:57 AM IST

ଜଙ୍ଗଲରୁ ଏକ ଝୁଲନ୍ତା ମୃତଦେହ ଠାବକୁ ନେଇ ନର୍ଲା ଗ୍ରାମବାସୀ ଚକିତ । ଅର୍ଦ୍ଧଦଗ୍ଧ ଝୁଲନ୍ତା ମୃତଦେହ ଠାବ କରିଛି ପୋଲିସ ।

ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଝୁଲନ୍ତା ମୃତଦେହ ଠାବ
ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଝୁଲନ୍ତା ମୃତଦେହ ଠାବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ କିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ଏକ ଝୁଲନ୍ତା ମୃତଦେହକୁ ଠାବ କରିଛି ପୋଲିସ। ଖବର ପାଇ ଘଟଣାସ୍ଥଳରେ ନର୍ଲା ପୋଲିସ ପହଞ୍ଚି ମୃତଦେହଟିକୁ ଠାବ କରିଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳି ପାରିନଥିବ ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ତେବେ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ କିଛିଦିନ ତଳେ କିଡିଙ୍ଗ ଜଙ୍ଗଲରେ ନିଆଁ ଲାଗିବା ଫଳରେ ମୃତଦେହଟି ଜଳି ଯାଇଥିବା ବୋଲି କହିଛନ୍ତି ସମସ୍ତେ ।

ମହିଳା ଜଣକ କିଏ ଓ ଏହା ଏକ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ଏହାର ଛାନଭିନ ଆରମ୍ଭ କରିଛି ପୋଲିସ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.