ETV Bharat / state

କେବିକେ ଜିଲ୍ଲାରୁ ଗଞ୍ଜାମକୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ - ଗଞ୍ଜାମକୁ ୧୦୦ ଡାକ୍ତର ସ୍ଥାନାନ୍ତର

ଗଞ୍ଜାମ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ କେବିକେ ଜିଲ୍ଲାରୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତିକୁ କଂଗ୍ରେସର ବିରୋଧ। ଆସନ୍ତା ୩୧ ତାରିଖ ମଧ୍ୟରେ ଏହି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରତ୍ୟାହାର ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

କେବିକେ ଜିଲ୍ଲାରୁ ଗଞ୍ଜାମକୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ

author img

By

Published : Jul 19, 2020, 7:33 AM IST

Updated : Jul 19, 2020, 8:02 AM IST

ଭବାନୀପାଟଣା: ଗଞ୍ଜାମ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ କେବିକେ ଜିଲ୍ଲାରୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତିକୁ କଂଗ୍ରେସର ବିରୋଧ। ରାଜ୍ୟର କୋରୋନା ହଟସ୍ପଷ୍ଟ ଲିଷ୍ଟରେ ଏବେ ଗଞ୍ଜାମ ଜିଲ୍ଲା। ହେଲେ ଏତେ ସଂଖ୍ୟକ ଡାକ୍ତରଙ୍କ ସ୍ଥାନାନ୍ତର କେତେ ଦୂର ଯଥାର୍ଥ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ତେବେ ଭବାନୀପାଟଣା ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ,ପ୍ରଦୀପ ମାଝୀ, ଓ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। କେବିକେ ଅଞ୍ଚଳର ୬ ଗୋଟି ଜିଲ୍ଲାରେ ୧୬୯୪ ଡାକ୍ତରୀ ପଦବୀ ରହିଥିବା ବେଳେ ୮୨୮ ପଦବୀ ଖାଲି ପଡ଼ିଛି ।

କେବିକେ ଜିଲ୍ଲାରୁ ଗଞ୍ଜାମକୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ

୮୬୬ ଡାକ୍ତରଙ୍କ ହାତରେ ୬ ଟି ଜିଲ୍ଲାର ପ୍ରାୟ ୧ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ସେବାର ଉତ୍ତର ଦାୟିତ୍ୱ ବେଳେ ୧୦୦ରୁ ଉର୍ଦ୍ଧ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଗଞ୍ଜାମ ସ୍ଥାନାନ୍ତର କେତେ ଦୂର ଯୁକ୍ତିଯୁକ୍ତ ତାହା ରାଜ୍ୟ ସରକାର ଉତ୍ତର ରଖନ୍ତୁ ବୋଲି କଂଗ୍ରେସ କହିଛି ।

ଆସନ୍ତା ୩୧ ତାରିଖ ମଧ୍ୟରେ ଏହି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରତ୍ୟାହାର ନକଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବା ସହ କେବିକେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଲେ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ ବୋଲି କଂଗ୍ରେସ ଚେତାବନୀ ଦେଇଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Jul 19, 2020, 8:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.