ETV Bharat / state

ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, ଘର ମାଲିକକୁ ହତ୍ୟା କଲା ଭଡାଟିଆ

author img

By

Published : Oct 10, 2022, 9:19 PM IST

ସାମାନ୍ୟ ବଚସାରୁ ଘର ମାଲିକକୁ କଚାଡ଼ି ମାରିଲା ଭଡାଟିଆ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲା ନଙ୍ଗଳବେଡ଼ା ଗାଁରେ । ଅଧିକ ପଢନ୍ତୁ

ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, ଘର ମାଲିକକୁ ହତ୍ୟା କଲା ଭଡାଟିଆ
ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, ଘର ମାଲିକକୁ ହତ୍ୟା କଲା ଭଡାଟିଆ

ଭବାନୀପାଟଣା: କଳାହାଣ୍ଡିରେ ଚାଞ୍ଚଲ୍ୟ, ଘର ମାଲିକଙ୍କୁ ନିର୍ମମ ହତ୍ୟା, ସାମାନ୍ୟ ବଚସାରୁ ଘର ମାଲିକକୁ କଚାଡ଼ି ମାରିଲା ଭଡାଟିଆ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ନଙ୍ଗଳବେଡ଼ା ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ବୃଦ୍ଧ ଦଦଲା ମାଝୀ । ଅଭିଯୁକ୍ତ କୃଷ୍ଣ ଲୋହରାକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ନଙ୍ଗଳବେଡ଼ା ଗ୍ରାମର ବୃଦ୍ଧ ଦଦଲା ମାଝୀ ଗାଁର ଶେଷ ମୁଣ୍ଡରେ ଘରେ କରି ପତ୍ନୀଙ୍କ ସହ ରହୁଥିଲେ । ତେବେ ପତ୍ନୀଙ୍କ ମୃତ୍ୟୁ ପରେ ଘରେ ଏକୁଡିଆ ରହୁଥିଲେ ବୃଦ୍ଧ ଦଦଲା ମାଝୀ । ଏକ ବର୍ଷ ତଳେ ନିକଟସ୍ଥ ମସ୍କାପଦର ଗାଁର କୃଷ୍ଣ ଲୋହରା ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ବୃଦ୍ଧଙ୍କ ଘରେ ଘରଭଡା ନେଇ ରହୁଥିଲେ । ତେବେ କୌଣସି କାରଣରୁ କୃଷ୍ଣ ଓ ଦଦଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କୃଷ୍ଣ, ବୃଦ୍ଧ ଦଦଲାଙ୍କୁ ଆକ୍ରମଣ କରିବା ସହିତ ଖଟରେ କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ କୃଷ୍ଣ ଲୋହରାକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମାଆକୁ ରଖିଲେନି, ଭାଇବୋହୁ ହତ୍ୟା କଲେ ଦେଢ଼ଶୁର
ତେବେ କିଛିଦିନ ତଳେ କଳାହାଣ୍ଡିର ତିଳଲଯୋଡି ଗ୍ରାମରେ ବଡ ଭାଇକୁ ହତ୍ୟା କରି ପୋତି ଦେଇଥିଲା ସାନ ଭାଇ । ଜମିରେ ପାଣି ମଡାଇବାକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକ ଜଣଙ୍କ ହେଉଛନ୍ତି ପୂର୍ଣ୍ଣ ମାଝୀ, ତାଙ୍କୁ ହତ୍ୟା କରିଥିବା ଦୁଇ ସାନ ଭାଇ ହେଉଛନ୍ତି ହରଦାସ ମାଝି ଓ ବେଦ ମାଝୀ । ତିନି ଜଣଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବାଡ଼ି ବିବାଦକୁ ନେଇ ବଚସା ଲାଗି ରହିଥିବାରୁ ଗତ ସୋମବାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଦେଖିବା ପାଇଁ ଗ୍ରାମବାସୀ ସହରକୁ ଚାଲି ଯାଇଥିବା ସମୟରେ ଚାଷ ଜମିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ଦୁଇଭାଇ ହରଦାସ ମାଝି ଓ ବେଦ ମାଝୀଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ସାନ ଭାଇ ହରଦାସ ମାଝି ବଡ ଭାଇକୁ ହତ୍ୟାକରି ମାଟିରେ ତଳେ ପୋତି ଦେଇଥିବା ସ୍ୱୀକାର କରିଥିଲା । ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.