ETV Bharat / state

ଦୁର୍ଗମ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ଜଳାଉଛନ୍ତି ଶିକ୍ଷକ - ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ସୂର୍ଲି ପ୍ରାଥମିକ ବିଦ୍ୟାଳୟ

ମାଓ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କୁ ଶିକ୍ଷିତ କରିବା ପାଇଁ ୨୦ ବର୍ଷ ହେଲା ନିରନ୍ତର ଭାବେ ଗୋଟିଏ ସ୍କୁଲରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ ରାଜାରାମ ଧଙ୍ଗଡାମାଝୀ । ଅଧିକ ପଢନ୍ତୁ

teacher rajaram dhangadamajhi
teacher rajaram dhangadamajhi
author img

By

Published : Dec 19, 2022, 10:34 PM IST

teacher rajaram dhangadamajhi

ଭବାନୀପାଟଣା: ଦୁନିଆର ଅନେକ ଶିକ୍ଷକ ଅଛନ୍ତି ଯାହାଙ୍କୁ ଦୁଗର୍ମ ଅଞ୍ଚଳକୁ ଯଦି ବଦଳି କରାଯାଏ ତାହେଲେ ସ୍କୁଲ କୁ ଯାଆନ୍ତି ନାହିଁ । ଦିନେ ଚକଖଡ଼ି ଧରି ନ ଥିବା ଶିକ୍ଷକ କେବଳ ଦରମା ପାଇବା ଆଶାରେ ମାସକୁ ଥରେ ଯାଇ ଶିକ୍ଷକ ଉପସ୍ଥାନରେ ଦସ୍ତଖତ କରି ଚାଲି ଆସନ୍ତି । କିନ୍ତୁ ଏବେବି କିଛି ଦାୟିତ୍ବବାନ ଶିକ୍ଷକ ଅଛନ୍ତି ଯାହାଙ୍କ ପାଇଁ ଶିକ୍ଷା ଦାନ ହିଁ ସବୁ କିଛି। ଏମିତି ଜଣେ ଶିକ୍ଷକ ଅଛନ୍ତି ଯିଏକି ଦୀର୍ଘ ୨୦ ବର୍ଷ ହେଲା ନିରନ୍ତର ଭାବେ ଗୋଟିଏ ସ୍କୁଲରେ ପାଠ ପଢ଼ାଉଛନ୍ତି । ମାଓ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସେ ଲାଗି ପଡିଛନ୍ତି।

ଜଙ୍ଗଲ ଭିତରେ ଯାଇ ନଦୀ ପାର କରି ସେ ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲରେ ପାଠ ପଢେଇ ପୁଣିଥରେ ଘରେ ଛାଡ଼ି ଆସୁଛନ୍ତି । ଏହି ଶିକ୍ଷକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାପସରା ଗାଁର ରାଜାରାମ ଧଙ୍ଗଡାମାଝୀ । ଶିକ୍ଷକ ଧଙ୍ଗଡାମାଝୀ ଗତ ୨୦୦୧ ମସିହା ମାର୍ଚ୍ଚ ୧୭ ତାରିଖରେ ଜୁନାଗଡ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତର ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ସୂର୍ଲି ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ୭ ବର୍ଷ ସୂର୍ଲି ପ୍ରାଥମିକ ବିଦ୍ୟାଳୟରେ ରହିବା ପରେ ୨୦୦୮ ମସିହା ଅଗଷ୍ଟ ୧ ତାରିଖରେ ସେହି ଦେଦର ପଞ୍ଚାୟତର ସୁପେଲ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଗଲେ । ହେଲେ ପୁଣିଥରେ ଗତ ୨୦୦୯ ମସିହା ସେପ୍ଟେମ୍ବର ୨୩ ତାରିଖରେ ସୂର୍ଲି ସ୍କୁଲରେ ଯୋଗଦେଲେ ।

ଶିକ୍ଷକ ଧଙ୍ଗଡାମାଝୀ ତାଙ୍କ ଗାଁରୁ ସ୍କୁଲକୁ ଆସିବାକୁ ହେଲେ ଜାତୀୟ ରାଜପଥ ୨୬ ଦେଇ ୧୩ କିମି ଆସିଥାନ୍ତି । ପରେ ପାହାଡିଆ ରାସ୍ତାରେ ୪ କିମି ଯାଇ ଜଙ୍ଗଲ ଭିତରେ ଥିବା ହରଡାଗୁଡା ଗାଁରେ ଥିବା ଏକ ଘରେ ତାଙ୍କ ବାଇକକୁ ରଖି ଦିଅନ୍ତି । ପରେ ହରଡାଗୁଡା ଗାଁର ଛାତ୍ରୀଛାତ୍ରଙ୍କୁ ଧରି ୨ କିମି ଜଙ୍ଗଲି ରାସ୍ତାରେ ଚାଲି ଯାଇଥାନ୍ତି । ମଝିରେ ଶଗଡା ନଦୀ ପ୍ରବାହିତ ହୋଇଥିବାରୁ ଛାତ୍ରୀଛାତ୍ରଙ୍କୁ ନଦୀ ପାର କରି ସ୍କୁଲକୁ ଯାଇଥାନ୍ତି ।

ତେବେ ବର୍ଷା ଋତୁରେ ନଦୀ ଫୁଲିବା ସହିତ ପାଣିର ସ୍ରୋତ ବଢିଥାଏ, ତେଣୁ ଗ୍ରାମବାସୀଙ୍କ ସାହାଯ୍ୟରେ ଛାତ୍ରୀଛାତ୍ରଙ୍କୁ ନଈ ପାର କରି ସ୍କୁଲ ନେଇ ଶିକ୍ଷାଦାନ କରନ୍ତି । ସ୍କୁଲ ଛୁଟି ହେଲେ ପୁଣିଥରେ ଯେମିତି ଯାଇଥିଲେ ସେମିତି ଘରକୁ ଆଣି ଛାତ୍ରୀ ଛାତ୍ରଙ୍କୁ ଛାଡି ତାଙ୍କ ନିଜ ଗାଁକୁ ଫେରି ଆସନ୍ତି । ଶିକ୍ଷକ ରାଜାରାମ ଧଙ୍ଗଡାମାଝୀଙ୍କ ନା ଅଛି ରାଗ ନା ଅଛି କ୍ରୋଧ କିମ୍ବା କିଛି ପାଇବା ଆଶା ମଧ୍ୟ ନାହିଁ ।

କେବଳ ଏହି ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ରହୁଥିବା ଛାତ୍ରୀଛାତ୍ର କିଭଳି ଶିକ୍ଷିତ ହେବେ, ଭଲ ମଣିଷ ହେବେ, ନିଜ ଭବିଷ୍ୟତ ଗଢି ଗାଁ ରୁ ବାହାରି ସହରରେ ନିଜର ସୁନାମ ଅର୍ଜନ କରି ପାରିବେ ସେନେଇ ଅହରହ ଉଦ୍ୟମ କରୁଛନ୍ତି । ରାଜାରାମ ଧଙ୍ଗଡାମାଝୀଙ୍କ ଭଳି ଆଉ କିଛି ଶିକ୍ଷକ ବାହାରନ୍ତି ତେବେ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଜିଲା ଆହୁରୀ ଆଗକୁ ବଢିପାରିବ ଏବଂ ଶିକ୍ଷକ ସମାଜରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ଏହା ତିଳେ ମାତ୍ର ସନ୍ଦେହ ନାହିଁ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.