ETV Bharat / state

ଆଦର୍ଶ ହରାଉଛି ଆଦର୍ଶ ବିଦ୍ୟାଳୟ, ୭ ଶିକ୍ଷକ ପଦବୀ ଖାଲି - ଶିକ୍ଷକ ପଦବୀ ଖାଲି

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବୀ ଜୋର ଧରିଛି । ତୁରନ୍ତ ସ୍କୁଲରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ଛାତ୍ରଛାତ୍ରୀ ଦାବୀ କରିଛନ୍ତି । ଅଧିକ ପଢ଼ନ୍ତୁ

ଆଦର୍ଶ ହରାଉଛି ଆଦର୍ଶ ବିଦ୍ୟାଳୟ, ୭ ଶିକ୍ଷକ ପଦବୀ ଖାଲି

author img

By

Published : Jul 13, 2022, 8:20 PM IST

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବିରେ ଆଜି ସ୍କୁଲ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଫଳରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହି ଆଦର୍ଶ ବିଦ୍ୟାଳୟରେ ୭ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଦର୍ଶ ହରାଉଛି ଆଦର୍ଶ ବିଦ୍ୟାଳୟ, ୭ ଶିକ୍ଷକ ପଦବୀ ଖାଲି

ଆଗକୁ ପରୀକ୍ଷା ଥିବା ବେଳେ ଶିକ୍ଷକ ନିଯୁକ୍ତି ଅଭାବ ଯୋଗୁଁ ଦ୍ଵନ୍ଦ ରେ ଛାତ୍ରଛାତ୍ରୀ । ଏହି ଆଦର୍ଶ ବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ, ଫିଜିକ୍ସ, ସଂସ୍କୃତ, ହିନ୍ଦୀ, ମ୍ୟୁଜିକ,କଳା ଶିକ୍ଷକ କିରାଣି ପଦବୀ ସମେତ ୮ ଟି ପଦବୀ ଖାଲି ପଡ଼ିଛି । ୨୦୧୬ରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ୬ ବର୍ଷ ହେଲା ଫିଜିକ୍ସ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି କିରାଣୀ ପଦବୀ ଖାଲି ଥିବା ଯୋଗୁଁ ଶିକ୍ଷକମାନେ ଏହି କାମ କରୁଛନ୍ତି ।

ଖାଲିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆଜି ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ଧର୍ମଗଡ଼ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜୁନାଗଡ଼ ବିଡ଼ିଓ, ତହସିଲଦାର ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିବା ସହିତ ୭ ଦିନ ମଧ୍ୟରେ ଶିକ୍ଷକ ପଦବୀ ପୂରଣ କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ଏହାପରେ ଧାରଣାରୁ ଓହରି ଥିଲେ ଛାତ୍ରଛାତ୍ରୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.