ETV Bharat / state

ପୌର-ପଞ୍ଚାୟତ ନିର୍ବାଚନ: ଯୁବ ବିଜେଡି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବ୍ୟୋମକେଶ

author img

By

Published : Aug 13, 2021, 6:34 PM IST

ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଏନେଇ ବିଜେଡି ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀ ଆୟୋଜିତ କରାଯାଇଛି । ସମ୍ମିଳନୀରେ ଆସନ ହାତେଇବାକୁ ଯୁବକର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଜ୍ୟ ଯୁବ ବିଜେଡି ସଭାପତି । ଅଧିକ ପଢନ୍ତୁ...

ପୌର-ପଞ୍ଚାୟତ ନିର୍ବାଚନ: ଯୁବ ବିଜେଡି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବ୍ୟୋମକେଶ
ପୌର-ପଞ୍ଚାୟତ ନିର୍ବାଚନ: ଯୁବ ବିଜେଡି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବ୍ୟୋମକେଶ

ଭବାନୀପାଟଣା: ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଆସନ ହାତେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର କଳାହାଣ୍ଡିରେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସମ୍ମିଳନୀରେ ବହୁ ଯୁବ ଛାତ୍ର ନେତୃତ୍ବମାନେ ଯୋଗ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଦଳ କିପରି ସଫଳତା ହାସଲ କରିବ ଏବଂ ତୃଣମୂଳ ସ୍ତରରୁ ଯୁବ ଓ ଛାତ୍ର ସଙ୍ଗଠନକୁ କିପରି ମଜବୁତ କରାଯିବ ସେ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି ।

ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଆଗକୁ ନିର୍ବାଚନ ଥିବାରୁ ଏବେଠାରୁ ଦଳର ଯୁବ କର୍ମୀମାନଙ୍କୁ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦିଆଯାଇଛି । ତେବେ ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ଆସନକୁ ନିଜ ହାତରେ ରଖିବା ସହ ତୃଣମୂଳ ସ୍ଥରରେ ଦଳକୁ ସଂଗଠିତ କରିବା ନେଇ ଯୁବକର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ସମେତ ଦଳର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.