ଭବାନୀପାଟଣା: ପଡୋଶୀ ରାଜ୍ୟ ଛତିଶଗଡରେ କୋରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ଏବଂ ବର୍ଡର ଚେକ୍ପୋଷ୍ଟକୁ ସିଲ କରାଯିବା ସହ ଯାଞ୍ଚ କଡାକଡି କରାଯାଉଛି ।
ଜିଲ୍ଲାର ଧର୍ମଗଡ଼ ସହରକୁ ଲାଗି ରହିଥିବା ଛତିଶଗଡ଼ ରାଜ୍ୟର ଦେଭୋଗ ଅଞ୍ଚଳର ଲୋକେ ଅନେକ ସମୟରେ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଧର୍ମଗଡ଼ ସହର ଉପରେ ନିର୍ଭର କରିଥାନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାରେ ଚେକିଙ୍ଗକୁ କଡାକଡି କରାଯାଇଛି । ଚେକ୍ପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ ନେଗେଟିଭ ରିପୋର୍ଟ ମାଗିବା ସହ ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ୭ ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଉଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ