ETV Bharat / state

ନୂଆ ମୋଡ ନେଲା ସୋମବାରୁଙ୍କ ଆତ୍ମହତ୍ୟା ଉଦ୍ୟମ - new trangle

ସୋମବାରୁଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ୱାର୍ଲ୍ଡ କପ୍ ରେ ଭାରତର ପରାଜୟ ନୁହେଁ ବରଂ ପ୍ରେମ । ଯାହାର ଖୁଲାସା କରିଛନ୍ତି କଳାହାଣ୍ଡି ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 14, 2019, 12:55 AM IST

କଳାହାଣ୍ଡି: ନୂଆ ମୋଡ ନେଇଛି ସୋମବାରୁ ଭୋଇଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା । ସୋମବାରୁଙ୍କ ଆତ୍ମହତ୍ୟା ଉଦ୍ୟମ କାରଣ ୱାର୍ଲ୍ଡ କପ୍ ରେ ଭାରତର ପରାଜୟ ନୁହେଁ ବରଂ ପ୍ରେମ । ଯାହାର ଖୁଲାସା କରିଛି କଳାହାଣ୍ଡି ପୋଲିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

ପୋଲିସର ସୂଚନା ଅନୁଯାୟୀ, ଯେଉଁଦିନ ସୋମବାରୁଙ୍କୁ ଗୁରୁତର ଅବସ୍ଥାରେ ଜମିରୁ ଉଦ୍ଧାର କରାଯାଇଥିଲା, ଉକ୍ତ ଦିନ ଏକ ମହିଳା ନୀଲାବତୀଙ୍କୁ ମଧ୍ୟ ପୋଲ ତଳୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ତାଙ୍କ ଭାଇ ନିରଞ୍ଜନ ଚପ୍ରିଆ । ଯାହାକୁ ଲୁଚାଇବାକୁ ଯାଇ ପରିବାର ବର୍ଗ ରଚିଥିଲେ ଏଭଳି ଏକ ନାଟକ ।

ତେବେ ନୀଲାବତୀଙ୍କୁ ଉଦ୍ଧାର କରି ମେଡିକାଲ ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହାପରେ ପୋଲିସ ଏହି ଘଟଣାର ସମ୍ପର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ପ୍ରକୃତ ଘଟଣାର ଖୁଲାସା ହୋଇଥିଲା ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ସିଂଭାଡି ଅଞ୍ଚଳର ବାସିନ୍ଦା ସୋମବାରୁ ଭୋଇ ଜଣେ ବିବାହିତ ଯୁବକ । ସେ ଗତ 2 ମାସ ତଳେ ତାଙ୍କ ପ୍ରଥମ ସ୍ତ୍ରୀକୁ ତାଙ୍କ ବାପଘରେ ଛାଡିଦେଇଥିଲେ। ତେବେ ଗାଁର ନିରଞ୍ଜନ ମାଝୀ ଓ ତାଙ୍କ ଭଉଣୀ ନୀଲାବତୀ ମାଝୀଙ୍କ ସହ ମିଶି ସେ ଚେନ୍ନାଇ କାମ କରିବାକୁ ଯାଇଥିଲେ । ଯେଉଁଠି ସୋମବାରୁ ଓ ନୀଲାବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ସେମାନେ ସମସ୍ତେ ନିର୍ବାଚନ ପୂର୍ବରୁ ନିଜ ଗାଁ ସିଂଭାଡିକୁ ଫେରିଆସିଥିଲେ ।

ତେବେ ସୋମବାରୁ ଏବଂ ନୀଲାବତୀଙ୍କ ମଧ୍ୟରେ କୌଣସି ମତାନ୍ତର କାରଣରୁ ଗତ ଜୁଲାଇ 10 ତାରିଖରେ ଉଭୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯେଉଁଥିରେ ଲୀଳାବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛିନ୍ତି । ତେବେ ପୋଷ୍ଟମର୍ଟମ ରିପୋର୍ଟ ପରେ କାରଣ ଓ ସାମଞ୍ଜସ୍ୟ ଆହୁରି ସ୍ପଷ୍ଟ ହେବ ବୋଲି କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.