ETV Bharat / state

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ପୁଣି ଦିନ ଦ୍ବିପ୍ରହରରେ ଲୁଟ । ଡକାୟତମାନେ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ଭୂପିନ୍ଦର ରଣା ମଦନପୁର ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଆସି ପଛପଟୁ ଆକ୍ରମଣ କରିଥିଲେ । ଅଧିକ ପଢନ୍ତୁ

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା
ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା
author img

By

Published : Jun 27, 2022, 9:46 PM IST

ଭବାନୀପାଟଣା: ପୁଣି ଦିନ ଦ୍ବିପ୍ରହରରେ ଲୁଟ । ଡକାୟତମାନେ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ଭୂପିନ୍ଦର ରଣା ରାମପୁର ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବାବେଳେ ଦୁର୍ବୃତ୍ତମାନେ ଆସି ପଛପଟୁ ଆକ୍ରମଣ କରିଥିଲେ । ଭୂପିନ୍ଦର ତଳେ ପଡି ଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଭୂପିନ୍ଦରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭୂପିନ୍ଦର ରଣା ଦିନ ପ୍ରାୟ ଦୁଇଟା ସମୟରେ ରାମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୬ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ବାଇକରେ ମଦନପୁରର ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ନେଇ ଯାଉଥିଲେ । ସେହି ସମୟରେ ବାଇକରେ ୩ ଜଣ ଦୁର୍ବୃତ୍ତ ଭୂପିନ୍ଦରଙ୍କୁ ପିଛା କରିଥିଲେ । ପରେ ଏକ ନିଛାଟିଆ ଜାଗା ଦେଖି ଦୁର୍ବୃତ୍ତମାନେ ଭୂପିନ୍ଦର ରଣାଙ୍କୁ ଗାଡି ପଛ ପଟୁ ଧକ୍କା ଦେଇଥିଲେ । ପରେ ଭୂପିନ୍ଦର ନିୟନ୍ତ୍ରଣ ବାହାରେ ହୋଇ ତଳେ ପଡି ଯାଇଥିଲେ । ଦୁର୍ବୃତ୍ତମାନେ ଭୁପିନ୍ଦରଙ୍କ ଉପରକୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଏବାବଦରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.